ନୂଆ ନୂଆ ପାଠ୍ୟକ୍ରମ ସହ ଆଧୁନିକ ଯୁଗକୁ ପ୍ରାଧାନ୍ୟ ଦେଉଛନ୍ତି ଭାରତ ସରକାର। ତେବେ ୧୬ ବର୍ଷରୁ କମ୍ ପିଲା ଅର୍ଥାତ ସ୍କୁଲ ପିଲା ଏଣିକି କୋଚିଂ ସେଣ୍ଟରରେ ପାଠ ପଢ଼ିବେନି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସର୍ବନିମ୍ନ ମାନ ପାଇଁ ସରକାର ଏପରି ଗାଇଡଲାଇନ୍ ଆଣିଥିବା କୁହାଯାଉଛି। ଏନେଇ ଗତକାଲି ସରକାର ନିଷ୍ପତି ନେଇଥିବା ବେଳେ ଆଜି ସରକାର ଆଉ ଏକ ନୂଆ ନିଷ୍ପତି ନେଇଛନ୍ତି । ଏଣିକି ବିଦ୍ୟାଳୟ ତଥା ଉଚ୍ଚଶିକ୍ଷା ଅଧୀନରେ ଥିବା ସମସ୍ତ ପାଠ୍ୟକ୍ରମ ପାଇଁ ଅଧ୍ୟୟନ ସାମଗ୍ରୀ ଭାରତୀୟ ଭାଷାରେ ଡିଜିଟାଲ୍ ଉପଲବ୍ଧ ହେବ। ବିଦ୍ୟାର୍ଥୀମାନଙ୍କୁ ନିଜ ଭାଷାରେ ଅଧ୍ୟୟନ କରିବାର ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆଜି ଜାରି କରାଯାଇଥିବା ଏହି ଆଦେଶରେ ସରକାର ୟୁଜିସି, ଏଆଇସିଟିଇ, ଏନସିଇଆରଟି, ଏନଆଇଓଏସ, ଇଗ୍ନୋ ଏବଂ ଆଇଆଇଟି, ସିୟୁ ଏବଂ ଏନଆଇଟି ପରି ପ୍ରତିଷ୍ଠାନର ମୁଖ୍ୟମାନଙ୍କୁ ଆଗାମୀ ତିନି ବର୍ଷରେ ସମସ୍ତ ପାଠ୍ୟକ୍ରମ ଭାରତୀୟ ଭାଷାରେ ଅଧ୍ୟୟନ ସାମଗ୍ରୀ ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post