ଟ୍ବିନ୍ ସିଟି ଘନ କୁହୁଡ଼ି ବଳୟରେ
ଟ୍ବିନ୍ସିଟିରେ ସକାଳୁ ସକାଳୁ ଘନ କୁହୁଡ଼ିର ଆସ୍ତରଣ । ରାଜରାସ୍ତାରେ ଯାତାୟତ ବାଧାପ୍ରାପ୍ତ । ୫୦ ମିଟର ଦୂରକୁ ଦେଉନାହିଁ ଦୃଶ୍ୟମାନ । ଏତିକି ବେଳେ ଗାଡ଼ି ମୋଟର ଯାତାୟତରେ ଅସୁବିଧା ଦେଖାଦେଇଛି । ଅନ୍ୟପଟେ ଏଣିକି ରାତିର ତାପମାତ୍ରା ହ୍ରାସ ପାଇବ । ଅଧିକାଂଶ ସ୍ଥାନରେ ୨ରୁ ୩ ଡିଗ୍ରି କମିବାକୁ ଥିବାରୁ ଶୀତର ପ୍ରକୋପ ପୁଣିଥରେ ବୃଦ୍ଧି ପାଇବ ।