ବେଙ୍ଗାଲୁରୁ : ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଇଥିବା ୩ୟ ଟି୨୦ରେ ଭାରତ ଆଫଗାନସ୍ତାନକୁ ସୁପର ଓଭରରେ ପରାସ୍ତ କରିଛି । ଦୁଇଟି ସୁପର ଓଭର ଖେଳିବାକୁ ପଡ଼ିଥିଲା ଆଜିର ମ୍ୟାଚରେ । ରୋହିତ ଶର୍ମାଙ୍କ ବ୍ୟାଟିଂ ସାଙ୍ଗକୁ ବଡ଼ ବଡ଼ ନିଷ୍ପତ୍ତି ଭାରତକୁ ବିଜୟ ଦେଇଛି । ମ୍ୟାଚରେ ଆଫଗାନିସ୍ତାନ ଆଗରେ ବିଜୟ ପାଇଁ ୨୧୩ ରନର ଲକ୍ଷ୍ୟ ରଖିଥିଲା ଭାରତ । କିନ୍ତୁ ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନମାନେ ଲଢୁଆ ବ୍ୟାଟିଂ କରି ମ୍ୟାଚକୁ ଟାଇ କରିଦେଇଥିଲେ । ଫଳରେ ସୁପର ଓଭର ଖେଳାଯାଇଥିଲା । ସୁପର ଓଭରରେ ଆଫଗାନ ଦଳ ପ୍ରଥମେ ବ୍ୟାଟିଂ କରି ୧୬ ରନ କରିଥିଲା ଓ ଭାରତ ଆଗରେ ୧୭ ରନର ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ଭାରତ ମଧ୍ୟ ୧୬ ରନ କରିବାରୁ ମ୍ୟାଚ ପୁଣି ଥରେ ଟାଇ ହୋଇଥିଲା । ଏହା ପରେ ଆଉ ଥରେ ସୁପର ଓଭର ଖେଳ ହୋଇଥିଲା । ଏଥିରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୧ ରନ କରିଥିଲା । ରୋହିତ ଭଲ ଖେଳିଥିଲେ । ଜବାବରେ ଆଫଗାନିସ୍ତାନ ମାତ୍ର ଦୁଇ ଓ୍ବିକେଟ ହରାଇ ୧ ରନ କରିପାରିଥିଲା ଓ ଭାରତ ୧୦ ରନରେ ବିଜୟୀ ହୋଇଥିଲା ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଭାରତ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଯଶସ୍ବୀ ଜୟସ୍ବାଲ ୪ ରନ କରିଥିବାବେଳେ ବିରାଟ କୋହଲି ୦, ଶିବମ ଦୁବେ ୧ ଓ ସଂଜୁ ସାମସନ ୦ ରନ କରି ଆଉଟ ହୋଇଥିଲେ । ଫଳରେ ୨୨ ରନରେ ୪ଟି ଓ୍ବିକେଟ ହରାଇ ଭାରତ ସଂକଟରେ ପଡ଼ିଥିଲା । କିନ୍ତୁ ରୋହିତ ଶର୍ମା ଓ ରିଙ୍କୁ ସିଂ ସତର୍କତାର ସହ ବ୍ୟାଟିଂ କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଉଭୟ ନିଜର ଚିରାଚରିତ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ । ରୋହିତ ୬୯ଟି ବଲରୁ ୧୨୧ ରନ କରିଥିବାବେଳେ ରିଙ୍କୁ ୬୯ ରନ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ଫରିଦ ଅହମ୍ମଦ ମଲିକ୍ ୩ଟି ଓ୍ବିକେଟ ନେଇଥିବାବେଳେ ଅଜମାତୁଲ୍ଲା ଓମାରଜାଇ ଗୋଟିଏ ଓ୍ବିକେଟ ନେଇଥିଲେ ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Next Post