କଫିନ୍ର ଦେଶ ଘାନା
ମେଟ୍ରୋ ଟିଭି ବ୍ୟୁରୋ,୧/୧: ପାଶ୍ଚାତ୍ୟ ଦେଶରେ ମଣିଷର ମୃତ୍ୟୁ ହେବା ପରେ ତାଙ୍କୁ କଫିନରେ ଭିତରେ ରଖାଯାଏ । ଏହି କଫିନ ସବୁ ଦେଖିଲେ ମନରେ ଭୟ ଆସିଥାଏ । ଭିନ୍ନ ଭିନ୍ନ ପରମ୍ପରା ସହ କଫିନ ମଧ୍ୟ ଭିନ୍ନ ରୂପର ହୋଇଥାଏ । ଯାହାକୁ ଦେଖିଲେ ଅଜବ ଲାଗେ । ଏହି ପରି ଅଜବ କଫିନ ରହିଛି ପଶିଚମ ଆଫ୍ରିକାସ୍ଥିତ ଘାନାରେ ଦେଖିବାକୁ ମିଳେ । ସେମାନେ ନିଜର ଷ୍ଟାଟସ୍କୁ ନଜରରେ ରଖି କଫିନ ସବୁ ନିର୍ମାଣ କରିଛନ୍ତି ।
ସୂଚନା ଅନୁଯାୟୀ ଏହି ଅଜବ କଫିନର ତିଆରି କେଉଟ ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । କେଉଟ ସମ୍ପ୍ରଦାୟ ହୋଇଥିବାରୁ ସେମାନେ ମୃତକଙ୍କ କଫିନ ସବୁ ମାଛ ଆକାରର ନିର୍ମାଣ କରନ୍ତି । ପରେ ବ୍ୟବସାୟମାନେ ଲକ୍ଜୁରି ମର୍ସିଡିଜ୍ କାର ଆକୃତିର କଫିନ ସବୁ ତିଆରି କଲେ । ଏମିତି କି ଉଡାଜାହାଜ,ସିଂହ ଆଦି ବିଭିନ୍ନ ପ୍ରକାରର କଫିନ ମଧ୍ୟ ତିଆରି ହୁଏ । ଲୋକଙ୍କର ପସନ୍ଦ ମୁତାବକ ଏହି କଫିନ ସବୁ ନିର୍ମାଣ କରାଯାଏ । ଏବେ ଘାନାରେ ଆହୁରି ଅଜବ ପ୍ରକାରର କଫିନ ସବୁ ତିଆରି ହେଉଛି ।ବଜାରରେ ଏହି କଫିନ ସବୁର ମୂଲ୍ୟ ୭୦ହଜାର ଟଙ୍କା ରହିଥିବା ବେଳେ ବିଦେଶରେ ହୋର ମୂଳ୍ୟ ୭ରୁ୮ଗୁଣା ବଢିଯାଏ ।