ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା

ବଲାଙ୍ଗୀର: ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା  । ମାନସିକଧାରୀ ମାନେ ଆଣିଥିବା ପୋଢ଼, ବେତା, ମେଣ୍ଢା, କୁକୁଡ଼ା, ବତକ ଶହ ଶହ ସଂଖ୍ୟରେ ବଳି ଦିଆଯାଉଛି ।  ପଶୁପକ୍ଷୀଙ୍କ ରକ୍ତରେ ଖଇରଗୁଡ଼ାର ବଡ଼ଖଳା ଓ କୁମୁରିଆର ସାନଖଳା ରକ୍ତରଞ୍ଜିତ ହୋଇଛି ।  ପୋଲିସ ପ୍ରଶାସନ ପକ୍ଷରୁ ଯାତ୍ରାସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  । ଦୁଇଟି ଖଳାରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି  । ବଳିପ୍ରଥା ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ବୈଠକରେ ଅନୁରୋଧ କରିଥିଲେ । ହେଲେ ଜିଦରେ ଅଟଳ ରହିଥିଲା ଶୁଲିଆ ଯାତ୍ରା କମିଟି  । ବଲାଙ୍ଗୀର ଦେଓଗାଁ ବ୍ଲକ ଖଇରଗୁଡ଼ାରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହେଉଛି I ଭୋରରୁ ମୁଖ୍ୟ ପୂଜକ ଓ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ନିଶିପୂଜା କରିଥିଲେ ।  ଆଦିବାସୀଙ୍କ ବେଶଭୂଷା ଓ ପାରମ୍ପରିକ ବାଦ୍ୟଯନ୍ତ୍ରରେ ସୁସଜ୍ଜିତ ଶୋଭାଯାତ୍ରାରେ ବଡଖଳାକୁ ପୂଜାରୀ ଆସିଥିଲେ । ସେଠାରେ ପୂଜା କାର୍ଯ୍ୟ କରି ବରୁଆ ଦେହରେ ଦେବତାଙ୍କୁ ବରଣ କରାଯାଇଥିଲା । ତାପରେ ପ୍ରଥମେ କୁକୁଡ଼ା ବଳି ଦେଇ ଶୁଳିଆ ବୁଢାକୁ ଭୋଗ ଅର୍ପଣ କରାଯାଇଥିଲା ।