ବାରିପଦାରେ ପହଞ୍ଚିଲା ସିମୁଳିଆ ବିଡିଓଙ୍କ ମୃତଦେହ

ବାରିପଦା: ବାରିପଦାରେ ପହଞ୍ଚିଲା ସିମୁଳିଆ ବିଡିଓଙ୍କ ମୃତଦେହ । ଗତକାଲି ସରକାରୀ ବାସଭବନରୁ ସିମୁଳିଆ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲିପଡିଥିଲେ ବିଡିଓ ।  ଦୁଇ ମାସ ତଳେ ବିଡିଓ ଭାବେ ବିଶ୍ୱରଂଜନ ମହାନ୍ତି ସିମୁଳିଆରେ ଯୋଗଦେଇଥିଲେ । ଗତକାଲି ସରକାରୀ ବାସଭବନରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ଅଛି ସେନେଇ ପୁଲିସ ତଦନ୍ତ ଜାରି ରଖିଛିି । ବିଶ୍ୱରଂଜନ ମହାନ୍ତିଙ୍କ ଘର ବାରିପଦାରେ । ବିଶ୍ୱରଂଜନଙ୍କ ବାପା କହିଛନ୍ତି, ଡିପ୍ରେସନରେ ଥିଲେ ତାଙ୍କ ପୁଅ । ଜିଲ୍ଲାପାଳ ଛୁଟି ଦେଉନଥିଲେ । ଅକ୍ଟୋବର ୨୨ରେ ସେ କାମରେ ଯୋଗ ଦେଇଥିଲେ । ପ୍ରବଳ କାମ ସହ ଛୁଟି ମିଳୁନଥିବାରୁ ପୁଅ ମାନସିକ ଦୁଶ୍ଚିନ୍ତାରେ ଥିଲେ ବିଶ୍ୱରଂଜନଙ୍କ ବାପା ଅଭିଯୋଗ କରିଛନ୍ତି ।

ଶୋକାକୂଳ ପରିବେଶ ଭିତରେ ବାରିପଦା ପହଂଚିଛି ସିମୁଳିଆ ବିଡିଓଙ୍କ ମୃତଦେହ । ଅଚାନକ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ପୋଲିସ ଏହି ଘଟଣାର ଛାନବିନ୍ ଜାରି ରଖିଛି  ।ଆଜି ସଂପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ବିଡିଓଙ୍କ ଅନ୍ତିମ ସଂସ୍କାର ସଂପନ୍ନ କରାଯିବ । କାଲି ରାତିରେ ବାଲେଶ୍ୱରରେ ବ୍ୟବଚ୍ଛେଦ ଶେଷ ହେବା ପରେ ଆଜି ସକାଳେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଏହାପରେ ବାରିପଦା ସ୍ଥିତ ପୈତୃକ ଘରକୁ ତାଙ୍କ ମୃତଦହେକୁ ଅଣାଯାଇଛି ।