କଳାଜାଇ ସୌନ୍ଦର୍ଯ୍ୟର ଏକ ଚିହ୍ନ ହୋଇଥାଏ । ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ସ୍ଥାନରେ କଳାଜାଇ ରହିଥାଏ । ତେବେ ଏହି କଳାଜାଇ ଯେତିକି ସୁନ୍ଦରତାର ଚିହ୍ନ ହୋଇଥାଏ ସେତିକି ଆପଣଙ୍କ ଭାଗ୍ୟ ଦର୍ଶନକାରୀ ମଧ୍ୟ ହୋଇଥାଏ । ବିଭିନ୍ନ ସ୍ଥାନରେ କଳାଜାଇର ଅର୍ଥ ଭିନ୍ନ ଭିନ୍ନ ହୋଇଥାଏ । ଶରୀରର ଏପରି ସ୍ଥାନ ରହିଛି ଯେଉଁଠାରେ କଳାଜାଇ ଥିଲେ ଆପଣ ବେଶ ଲାଭବାନ ହୋଇପାରିବେ । ଏହି ସ୍ଥାନରେ କଳାଜାଇ ରହିବାର ଅର୍ଥ ହେଉଛି ଆପଣ ଭାଗ୍ୟଶାଳୀ ।ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଶରୀରର କିଛି ଅଙ୍ଗରେ କଳାଜାଇ ରହିବା ଶୁଭ ହୋଇଥାଏ ଏବଂ କିଛି ସ୍ଥାନରେ ରହିବା ଅଶୁଭ ହୋଇଥାଏ । ତେବେ ଯଦି ଆପଣଙ୍କ ଡାହାଣ ପଟ ଗାଲରେ କଳାଜାଇ ରହିଛି ତେବେ ଏହାକୁ ବେଶ ଶୁଭ ବୋଲି ବିବଚେନା କରାଯାଇଥାଏ । ଡାହାଟ ପଟ ଗାଲରେ କଳାଜାଇ ଥିବା ବ୍ୟକ୍ତି ବେଶ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ବ୍ୟକ୍ତିମାନଙୟଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପା ସବୁବେଳେ ରହିଥାଏ । ସେମାନଙ୍କୁ ସମୟ ସମୟରେ ଧନପ୍ରାପ୍ତି ହୋଇଥାଏ ।କିନ୍ତୁ ବାମ ଗାଲରେ କଳାଜାଇ ରହିବାକୁ ଶୁଭ ବୋଲି ବିବେଚନା କରାଯାଇନଥାଏ । ବାମ ଗାଲରେ କଳାଜାଇ ଥିବା ବ୍ୟକ୍ତି ବେଶ ଖର୍ଚ୍ଚାଳୁ ହୋଇଥାନ୍ତି ବୋଲି ମାନ୍ୟତା ରହିଛି ।ଆପଣଙ୍କ ମଥାରେ କଳାଜାଇ ରହିଛି ତେବେ ଆପଣ ବେଶ ଧନବାନ ହୋଇପାରନ୍ତି । ଏହାକୁ ବେଶ ଶୁଭ ବୋଲି ବିବେଚନା କରାଯାଇଥାଏ ।କୌଣସି ବ୍ୟକ୍ତିଙ୍କର ହାତ ପାପୁଲିରେ କଳାଜାଇ ରହିବାକୁ ମଧ୍ୟ ଶୁଭ ବୋଲି ବିବେଚନା କରାଯାଇଥାଏ ।
Trending
- ଆଜି ଚାଷୀଙ୍କ ଖାତାକୁ ଯାଇଛି ସିଏମ୍ କିଷାନର ୩ୟ କିସ୍ତି ଟଙ୍କା
- ମନାଲି ରେ ପ୍ରବଳ ବର୍ଷା , ନଦୀରେ ବୁଡ଼ିଲା ପକଅପ ଭ୍ୟାନ
- ଗଣେଶ ଉତ୍ସବ
- ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁନର୍ଗଠିତ
- ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ, ଇପ୍ସିତା ଓ ଚିନ୍ମୟଙ୍କୁ ମିଳିଲା ଗୁରୁଦାୟିତ୍ବ
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
Prev Post
Next Post