ଓଏସଏସସି ପକ୍ଷରୁ ବର୍ତ୍ତମାନ ସମୟରେ ଅନେକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ସେସବୁର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଗତ ମାସ ୨୬ ତାରିଖରେ ଓଏସଏସସି ପକ୍ଷରୁ ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ଗ୍ରୁପ-ବି ଓ ଗ୍ରୁପ-ସି ସ୍ପେଶାଲିଷ୍ଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଉକ୍ତ ନିଯୁକ୍ତି ପାଇଁ ଆଜିଠାରୁ ଅନଲାଇନ୍ ପ୍ରକ୍ରିୟା ଆରମ୍ଭ ହୋଇଛି ।ଜାନୁଆରୀ ମାସ ୩ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ଫେବୃଆରୀ ମାସ ୨ରେ ସମାପ୍ତ ହେବାର ଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହି ତାରିଖ ପରିବର୍ତ୍ତନ କରାଯାଇଥିଲା । ଜାନୁଆରୀ ୧୦ରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ଫେବୃଆରୀ ୯ରେ ଶେଷ ହେବ । ଏଥିସହିତ ଫେବୃଆରୀ ୧୨ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ ଓ ଫେବୃଆରୀ ୧୪ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରିବାକୁ ପଡ଼ିବ ବୋଲି ଓଏସଏସସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଥିଲା ।ମୋଟ ୮୩ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ ଇନ୍ସପେକ୍ଟର ଅଫ୍ ଲେଗାଲ ମେଟ୍ରୋଲୋଜି, ଜୁନିୟର କେମିଷ୍ଟ, ସିନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ, ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ, ମାର୍କେଟ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର, କମ୍ପ୍ୟୁଟର ପ୍ରୋଗ୍ରାମର ଆଦି ପଦରେ ନିଯୁକ୍ତି ଦିଆଯିବ ।
Trending
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି
Prev Post
Next Post