ସାବଧାନ!ସବୁ ସମୟରେ ମୋବାଇଲ ଦେଖୁଛନ୍ତି କି?

ମୋବାଇଲ ସାହାଯ୍ୟରେ ସାରା ବିଶ୍ୱକୁ ମନୁଷ୍ୟ ହାତ ମୁଠାରେ କଏଦ କରିପାରିବାର ସାମର୍ଥ୍ୟ ରହିଛି । ତେବେ ଏହା ଆମ ଦୈନନ୍ଦିନ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟିଛି ଯାହାକୁ ବ୍ୟବହାର କରି ମଣିଷ ପ୍ରତ୍ୟେକ ଜିନିଷକୁ ବେଶ ଆରାମରେ ଏବଂ ସହଜରେ କରିପାରୁଛି ।କିନ୍ତୁ ପ୍ରତ୍ୟେକ ଜିନିଷର ସକାରାତ୍ମକ ପ୍ରଭାବ ରହିବା ସହିତ କିଛି ନକାରାତ୍ମକ ପ୍ରଭାବ ମଧ୍ୟ ରହିଥାଏ । ଆଜିକାଲି ମୋବାଇଲରେ ଏପରି କିଛି ଫିଚର ଆସିଛି ଯାହାକୁ ବେଶ ସରଳତାର ସହିତ ବ୍ୟବହାର କରାଯାଇ ପାରୁଛି । ତେବେ ଏହି ସବୁ ଫିଚରର ବ୍ୟବହାର ହେଉ କିମ୍ବା ମୋବାଇଲ ବ୍ୟବହାରର ଅଭ୍ୟାସ ଖୁବ ସହଜରେ ଲେକମାନଙ୍କୁ ହୋଇଯାଉଛି ଯେଉଁଥିରୁ ମୁକୁଳିବା ବେଶ କଷ୍ଟ । ମୋବାଇଲର ଆଲଗରିଦମକୁ ଏପରି ଭାବରେ ଡିଜାଇନ କରାଯାଇଛି ଯାହା ଲୋକମାନଙ୍କୁ ଏହାର ଅଭ୍ୟାସ ଦେବା ପାଇଁ ବାଧ୍ୟ କରିଥାଏ ।

ଏ ନେଇ ହୋଇଥିବା ଏକ ରିସର୍ଚ୍ଚ ମୁତାବକ, ଜଣେ ବ୍ୟକ୍ତି ଦିନ ଭିତରେ ସାଧାରଣତଃ ୫୮ ଥର ଫୋନ ଉଠାଇଥାଏ । ଏହା ସହିତ ଜଣେ ବ୍ୟକ୍ତିର ହାରାହାରି ସ୍କ୍ରୀନ ଟାଇମ ପ୍ରାୟ ୭ ଘଣ୍ଟା ରହିଥାଏ । ତେବେ ଅନେ କଲୋକଙ୍କୁ ଏହା ଜଣାନଥାଏ ଯେ ଅଧିକ ସମୟ ଧରି ମୋବାଇଲ ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପକାଇପାରେ । ଏପରିକି ଅଧିକ ସମୟ ମୋବାଇଲ ଚଲାଇବା ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । ଏହା ଦ୍ୱାରା ଆପଣଙ୍କର ସ୍ଲୀପ ସାଇକଲ ପ୍ରଭାବିତ ହୋଇ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ । ଏହା ସହିତ ପାଚନ କ୍ରିୟା ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।