ବିଜେପି ପୁଣିଥରେ ସାଂସଦ ଜୁଏଲ୍ ଓରାମଙ୍କୁ ହିଁ ପ୍ରାର୍ଥୀ କରିବ ବୋଲି ସମସ୍ତଙ୍କର ଧାରଣା ରହିଥିଲା। କାରଣ ଟାଣୁଆ ଆଦିବାସୀ ନେତା ଜୁଏଲ୍ ଏହି ଆସନରୁ ସିରିଜ ବିଜୟ ସହ ୨୦୧୯ରେ ରେକର୍ଡ ଭୋଟରେ ଜିତିଥିଲେ। କିନ୍ତୁ ଏବେ ସମସ୍ତଙ୍କୁ ଚମକାଇ ଦେଲା ଭଳି ଏକ ଖବର ପଦାକୁ ଆସିଛି। ୫ ପାଳିର ସାଂସଦ ଜୁଏଲ ଓରାମ ଏଥର ଲୋକସଭା ଲଢ଼ିବେନି। ଦଳ ତାଙ୍କୁ ବିଧାନସଭାରୁ ପ୍ରାର୍ଥୀ କରିବାକୁ ଚାହୁଛି। ଏହା ଚୂଡ଼ାନ୍ତ ହୋଇ ନଥିଲେ ମଧ୍ୟ ଜାନୁଆରି ୪ ଓ ୫ ତାରିଖରେ ରାଉରକେଲା ମେଫେୟାରରେ ଅନୁଷ୍ଠିତ ବିଜେପିର ଚିନ୍ତନ ଶିବିରରେ ଏ ସମ୍ପର୍କରେ ବିଚାରବିମର୍ଶ ହୋଇଥିବା ଶୁଣିବାକୁ ମିଳିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ନିର୍ବାଚନର ସଫଳତା ପରେ ବିଜେପି ସେହି ଢାଞ୍ଚାରେ ସାଂସଦ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କୁ ବିଧାନସଭା ପାଇଁ ମଇଦାନକୁ ଉତାରିବାକୁ ଚାହୁଁଛି। ଦଳ ତାଙ୍କୁ ବଣାଇ ବିଧାନସଭାରେ ଛିଡ଼ା କରିବାକୁ ଚାହୁଥିବାବେଳେ ଜୁଏଲ୍ କିନ୍ତୁ ବଣାଇ ପରିବର୍ତ୍ତେ ସୁନ୍ଦରଗଡ଼ ସଦର ବିଧାନସଭାରୁ ଲଢ଼ିବାକୁ ମନ ବଳାଇଥିବା କଥା ଚର୍ଚ୍ଚାକୁ ଆସିଛି।
Trending
- ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ବଡ଼ ଖବର , ୩ ଆତଙ୍କବାଦୀଙ୍କ ସ୍କେଚ୍ ଜାରି
- ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ, ମୃତ୍ୟୁସଂଖ୍ୟା ୨୦ ରେ ପହଞ୍ଚିଛି
- କାଳ ବୈଶାଖି ପରେ ରାଜ୍ୟରେ ଉପରମୁହାଁ ପାରଦ
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
Prev Post
Next Post