ଲାକ୍ଷାଦ୍ୱୀପର ବିକାଶ ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ”: ମୋଦି
ଲାକ୍ଷାଦ୍ୱୀପର ବିକାଶ ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ” ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଲାକ୍ଷାଦ୍ୱୀପରେ ଥିବା ପ୍ରଚୁର ସମ୍ଭାବନା ବିଷୟରେ ଉଲ୍ଲେଖ କରିଥିଲେ ପ୍ରଧାନମନ୍ତ୍ରୀ ଏବଂ ସ୍ୱାଧୀନତା ପରେ ଲାକ୍ଷାଦ୍ୱୀପ ସମ୍ମୁଖୀନ ହୋଇଥିବା ଦୀର୍ଘ ଅବହେଳା ବିଷୟରେ ଆଲୋକପାତ କରିଥିଲେ । ଜାହାଜ ଚଳାଚଳ ଏହି ଅଞ୍ଚଳର ଲାଇଫ୍ ଲାଇନ୍ ହୋଇଥିଲେ ମଧ୍ୟ ଦୁର୍ବଳ ବନ୍ଦର ଭିତ୍ତିଭୂମି ବିଷୟରେ ସେ ଉଲ୍ଲେଖ କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଏପରିକି ପେଟ୍ରୋଲ ଓ ଡିଜେଲ କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ। ଏବେ ସରକାର ଏହାର ବିକାଶ କାର୍ଯ୍ୟକୁ ସଠିକ ଭାବେ ହାତକୁ ନେଇଛନ୍ତି ବୋଲି ସେ କହିଛନ୍ତି। “ଏହି ସବୁ ଆହ୍ୱାନକୁ ଆମ ସରକାର ଦୂର କରୁଛନ୍ତି”, ବୋଲି ସେ କହିଛନ୍ତି।
ଗତ ୧୦ ବର୍ଷ ମଧ୍ୟରେ ଅଗାତିରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ ବିଶେଷ କରି ମତ୍ସ୍ୟଜୀବୀମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ ସୃଷ୍ଟି କରିବା ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଥିଲେ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ଅଗାତିରେ ଏକ ବିମାନବନ୍ଦର ଏବଂ ଏକ ଆଇସ୍ ପ୍ଲାଣ୍ଟ ଅଛି । ଏହି କାରଣରୁ ସାମୁଦ୍ରିକ ଖାଦ୍ୟ ରପ୍ତାନି ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ନୂତନ ସମ୍ଭାବନା ସୃଷ୍ଟି ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଲାକ୍ଷାଦ୍ୱୀପରୁ ଟୁନା ମାଛର ରପ୍ତାନୀ ଆରମ୍ଭ ହୋଇଥିବା କଥା ସେ ଉଲ୍ଲେଖ କରିଥିଲେ ଯାହା ଲାକ୍ଷାଦ୍ୱୀପର ମତ୍ସ୍ୟଜୀବିଙ୍କ ଆୟ ବୃଦ୍ଧି ପାଇଁ ପଥ ପ୍ରଶସ୍ତ କରିଛି।