ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଇଂରାଜୀ ନବବର୍ଷ ୨୦୨୪ ଉପଲକ୍ଷେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନବବର୍ଷ ବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ନବବର୍ଷର ଆନନ୍ଦମୟ ଅବସରରେ ମୁଁ ଭାରତ ଓ ବିଦେଶରେ ଥିବା ସମସ୍ତ ଭାରତୀୟଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ନବବର୍ଷର ଆଗମନ ହେଉଛି ନୂଆ ସଙ୍କଳ୍ପ ଓ ଲକ୍ଷ୍ୟ ନେଇ ଅଗ୍ରସର ହେବାର ଅବସର। ନବବର୍ଷ ୨୦୨୪ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ। ଆମ ଦେଶ ପ୍ରଗତୀରେ ଆମର ଅବଦାନ ଅବ୍ୟାହତ ରହୁ। ସମୃଦ୍ଧ ସମାଜ ଗଢ଼ିବା ଲାଗି ଜନସାଧାଣଙ୍କୁ ଆହ୍ବାନ ଦେଇ ରାଷ୍ଟ୍ରପତି ପୁଣି କହିଛନ୍ତି, ଚାଲନ୍ତୁ ନବବର୍ଷକୁ ସ୍ବାଗତ କରିବା ସହିତ ସମୃଦ୍ଧ ସମାଜ ଓ ଜାତି ଗଠନ ଲାଗି ଶପଥ ନେବା।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମସ୍ତଙ୍କ ପାଇଁ ‘ଚମତ୍କର ୨୦୨୪’ କାମନା କରିଛନ୍ତି। ‘ଏକ୍ସ’ ‌କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସମସ୍ତଙ୍କ ପାଇଁ ଚମତ୍କାର ୨୦୨୪ କାମନା କରୁଛି। ଏବର୍ଷ ସମସ୍ତଙ୍କ ପାଇଁ ସମୃଦ୍ଧି, ଶାନ୍ତି ଓ ଉତ୍ତମ ସ୍ବାସ୍ଥ୍ୟ ଆଣିଦେଉ।