ଇସ୍ରାଏଲ ଆକ୍ରମଣରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୫ ଜଣ ପାଲେଷ୍ଟାଇନଙ୍କ ମୃତ୍ୟୁ
ନୂଆ ବର୍ଷ ପାଳନ ପୂର୍ବରୁ ଭୟଙ୍କର ଆକ୍ରମଣ କରୁଛି ଇସ୍ରାଏଲ । ଗାଜା ଯୁଦ୍ଧରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୫ ଜଣ ପାଲେଷ୍ଟାଇନ ବାସିନ୍ଦାଙ୍କ ମୃତ୍ୟୁ ଘଟିଛି ।ଅକ୍ଟୋବର ୭ ପରେ ଇସ୍ରାଏଲ ଗାଜାରେ କରିଥିବା ଆକ୍ରମଣ ପରଠାରୁ ଏପର୍ଯ୍ୟନ୍ତ ୨୧ ହଜାର ୬୭୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ହଜାର ଲୋକ ଆହତ ହୋଇଛନ୍ତି ବୋଲି ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ।୨୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆଇଡିଏଫ ହଠାତ ଗାଜାର ଓ୍ବେଷ୍ଟ ବ୍ୟାଙ୍କରେ ଆକ୍ରମଣ କରିବା ପରେ ମୃତ୍ୟୁ ସଂଖ୍ୟା ଆହୁରି ବଢିଛି । ହମାସ କରିଥିବା ଆକ୍ରମଣରେ ଇସ୍ରାଏଲର ୧ ହଜାର ୧୩୯ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଏ