ଟୁରିଜିମ ସେକ୍ଟର ଦ୍ରୁତ ଭତିରେ ବୃଦ୍ଧି ପାଇଛି । କେବଳ ପୃଥିବୀ ଉପରେ ନୁହେଁ ବରଂ ଅନ୍ତରୀକ୍ଷକୁ ନେଇ ମଧ୍ୟ ବିଭିନ୍ନ ପ୍ରକାର ଯୋଜନା ଚାଲିଛି । ତେବେ ଏହି କ୍ଷେତ୍ରରେ ଆସିବାକୁ ଯାଉଛି ଆଉ ଏକ ବିରାଟ ପରିବର୍ତ୍ତନ । ଏବେ ପାଣି ତଳେ ମଧ୍ୟ ତିଆରି ହେବାକୁ ଯାଉଛି ଟୁରିଷ୍ଟ ଡେଷ୍ଟିନେଶନ । ଭାରତରେ ପ୍ରଥମ ଥର ସମୁଦ୍ର ତଳେ ନିର୍ମାଣ ହେବାକୁ ଯାଉଛି ସବମେରାଇନ ପର୍ଯ୍ୟଟନ ସ୍ଥଳୀ । ତେବେ ପାଣିରେ ବୁଡ଼ିଯାଇଥିବା ଶ୍ରୀକୃଷ୍ଣଙ୍କ ଦ୍ୱାରିକା ନଗରୀରେ ଏହି ସବମେରାଇନ ତିଆରି ହେବାକୁ ଯାଉଥିବା ଜଣାପଡ଼ିଛି ।ବିଗତ କିଛି ମାସ ହେବ ସରକାର ଧାର୍ମିକ ସ୍ଥଳରେ ପର୍ଯ୍ୟଟନ ଉପରେ ବେଶ ଜୋର ଦେବାରେ ଲାଗିଛି । ତେବେ ଏତି ମଧ୍ୟରେ ଗୁଜୁରାଟ ସରକକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ନିକଟରେ ଗୁଜୁରାଟ ସରକାର ମଜଗାଁୱ ଡକ ସହିତ ଏକ ଲହଟ କରିଛନ୍ତି । ଯାହା ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କର ବୁଡ଼ିଯାଇଥିବା ଦ୍ୱାରିକା ନଗରୀର ସମୁଦ୍ର କୂଳରେ ସବମେରାଇନ କରି ପର୍ଯ୍ୟଟନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ପ୍ରୋଜେକ୍ଟକୁ ଆସନ୍ତା ବର୍ଷ ଦୀପାବଳି ସୁଦ୍ଧା ଶେଷ କରିବାକୁ ସରକାର ଲକ୍ଷ ରଖିଛନ୍ତି ।ତେବେ ଏହା ଦ୍ୱାରା ସବମେରାଇନରେ ବସି ପର୍ଯ୍ୟଟକମାନେ ସବୁଦ୍ର ଭିତରେ ୧୦୦ ମିଟର ପର୍ଯ୍ୟନ୍ତ ତଳକୁ ଯାଇପାରିବେ । ତେବେ ଏଠାରେ ସେମାନଙ୍କୁ ଅଣ୍ଡରୱାଟର ଦୃଶ୍ୟ ଦେଖାଯିବା ସହିତ ମେରାଇନ ଲାଇଫ ଏବଂ ଦ୍ୱାରିକା ନଗରୀ ମଧ୍ୟ ଦେଖାଯିବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରୋଜେକ୍ଟର କେବଳ ଲହଟ ପ୍ରସ୍ତୁତ କରାଯାଇଛି ।
Trending
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
Prev Post
Next Post