ଅଭିନେତା ବିଜୟକାନ୍ତ ଙ୍କ ପରଲୋକ

ଚେନ୍ନାଇ: ଅଭିନେତା ବିଜୟକାନ୍ତ ଙ୍କ ପରଲୋକ । ଅସୁସ୍ଥତା ହେତୁ ଅଭିନେତା  ବିଜୟକାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନଭେମ୍ବର ୨୦ ତାରିଖ ଦିନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶ୍ବାସପ୍ରଶ୍ବାସଜନିତ ସଂକ୍ରମଣ ଯୋଗୁଁ ସେଠାରେ ସେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସା ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ୧୫୪ଟି ଚଳଚ୍ଚିତ୍ରରେ ଅଭିନୟ କରି ଚଳଚ୍ଚିତ୍ର ଶିଳ୍ପ ଓ ଜନସାଧାରଣଙ୍କ ନିକଟରେ ସୁପରିଚିତ ଥିବା ବିଜୟକାନ୍ତ ଅନେକ ସୁପରହିଟ୍ ଫିଲ୍କରେ ଅଭିନୟ କରିଥିଲେ ।  ପରେ ରାଜନୀତିରେ ପ୍ରବେଶ କରିଥିଲେ। ନିଜସ୍ବ ରାଜନୈତିକ ଦଳ ‘ବିଜୟକାନ୍ତ’ ସଂସ୍ଥାପନ କରି ସେ ବିରୁଧାଚଳମ୍‌ ଓ ଋଷିବନ୍ଦିୟମ୍‌ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨ ଥର ବିଧାୟକ ଭାବେ ନିର୍ବାଚିତ ‌ହୋଇଥିଲେ। ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ସେ ତାମିଲନାଡୁ ବିଧାନସଭାରେ ବିରୋଧୀ ଦଳର ନେତା ଥିବା ବ‌େଳେ ତାଙ୍କର ରାଜନୈତିକ କ୍ୟାରିୟର୍‌ ଶିଖରରେ ପହଞ୍ଚିଥିଲା। ବିଜୟକାନ୍ତଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।