ପୁଲିସର ଗୁଳିମାଡ଼ରେ କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳ ଆହତ
ଭୁବନେଶ୍ୱର: ପୁଲିସର ଗୁଳିମାଡ଼ରେ କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳ ଆହତ । ବୁଧବାର ରାତି ପ୍ରାୟ ୩ଟା ବେଳେ ମଞ୍ଚେଶ୍ୱର ଥାନା ପୁଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ବେଳେ କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଏନକାଉଣ୍ଟର କରିଛି। ରଘୁ ଓ ତାର ଜଣେ ସହଯୋଗୀ ପୁନିଆ ନାୟକ ବରିମୁଣ୍ଡ ବାଲିଯାତ୍ରା ପଡ଼ିଆ ନିକଟରେ ବୁଲୁଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ସେମାନଙ୍କୁ ପିଛା କରି ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ପୁଲିସ ଉପରକୁ ଗୁଳିମାଡ଼ କରିଥିଲେ। ତା’ର ବାମ ଗୋଡ଼ରେ ଗୁଳି ବାଜିଛି । ତା’ ନିକଟରୁ ୭.୬୫ ଏମଏମ୍ ର ଏକ ପିସ୍ତଲ ଜବତ ହୋଇଛି। ଏହାଛଡ଼ା ପୁଲିସ ବାଇକ ବି ଜବତ କରିଛି। ଆହତ ଅବସ୍ଥାରେ ରଘୁକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ପୁନିଆ ନାୟକ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲା।