ପୁଲଓ୍ଵାମାରେ ୩ ଜଣ ସନ୍ଦିଗ୍ଧ ଗିରଫ

ଶ୍ରୀନଗର: ପୁଲଓ୍ଵାମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ।  ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ସହ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ବର୍ତ୍ତମାନ ପୁଲିସ ଓ ସେନା ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛନ୍ତି। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ ପୁଲୱାମାର ପାଞ୍ଜୁ ଓ ଗାମିରାଜରେ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସର୍ଚ୍ଚ ଅପରେସନ ବେଳେ ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିଲା । ଏଥିସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସାମଗ୍ରୀ ଜବତ କରାଯାଇଛି। ଜମ୍ମୁ-କଶ୍ମୀର ପୁଲିସ ସହ ମିଳିତ ତଦନ୍ତ ଜାରି ରହିଛି। କ୍ରମାଗତ ଅନୁପ୍ରବେଶ ଉଦ୍ୟମ ବିଫଳ ହେଉଥିବା ଦେଖି ଆଇଏସଆଇ ଅଣ୍ଡରଗ୍ରାଉଣ୍ଡ ଆତଙ୍କବାଦୀଙ୍କୁ ସକ୍ରିୟ ରହିବାକୁ ନିର୍ଦ୍ଦେଶ ଦେଇଛି ଏବଂ ଏହାର ଯୋଜନାରେ ଏକ ବଡ଼ ପରିବର୍ତ୍ତନ ଆଣିଛି । ସାଧାରଣ ନାଗରିକଙ୍କ ଭଳି ଦୀର୍ଘ ଦିନ ଧରି ଉପତ୍ୟକା ଓ ଜମ୍ମୁ ଅଞ୍ଚଳରେ ରହୁଥିବା ଆତଙ୍କବାଦୀଙ୍କୁ ସକ୍ରିୟ କରି ସେନା ବାହିନୀ ଉପରେ ଆକ୍ରମଣ କରିବାକୁ ଆଇଏସଆଇ ଯୋଜନା କରିଥିବା ସୂଚନା ମିଳିଛି।