ଶୀତ ପ୍ରକୋପ ରୁ ଆମକୁ ଅଳସୁଆ ଲାଗିଥାଏ, ଏହାଛଡା ଆମେ ଥଣ୍ଡା ପ୍ରକୋପ ରୁ କୌଣସି କାର୍ଯ୍ୟ କରିବାକୁ ଇଛା ମଧ୍ୟ କରିନଥାଉ, ସେହିଭଳି ଥଣ୍ଡା ଦିନରେ ଆମେ ପାଣି ମଧ୍ୟ ପିଇବାକୁ ଇଚ୍ଛା କରୁ ନାହିଁ । ଯାହାକି ଶରୀର ପାଇଁ ଅନେକ ରୋଗକୁ ଟାଣିଆଣି ଥାଏ । ସେ ଯେଉଁ ଋତୁ ହେଉନା କାହିଁକି ଶରୀର ରେ ଜଳୀୟ ଅଂଶ କମକରିବା ଉଚିତ ନୁହେଁ । ପାଣି ପିଇବା ଦ୍ୱାରା ଶରୀର ହାଇଡ୍ରେଟ ରହିଥାଏ ବୋଲି ଗବେଷଣା କହୁଛି ।
ଅଧ୍ୟୟନ ଅନୁସାରେ କମ ପାଣି ପିଇବା ଦ୍ୱାରା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଏବଂ ମସ୍ତିଷ୍କ ସମ୍ବନ୍ଧୀୟ ବିଭିନ୍ନ ରୋଗର କାରଣ ହୋଇଥାଏ l ତେବେ ଆସନ୍ତୁ ଜାଣିବା କଣ କହୁଛି ଅଧ୍ୟୟନ ।
– ଗବେଷକ ଙ୍କ ମତରେ କମ ପାଣି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ସମସ୍ୟା ଦେଖା ଯାଇଥାଏ । ଏହା ଏଥିପାଇଁ ହୋଇଥାଏ କାହିଁକି ନା କମ ପାଣି ପିଇବା ଦ୍ୱାରା ଶରୀର ର ହାଇଡ୍ରେସନ ସ୍ତର ହ୍ରାସ ପାଇଥାଏ । ଏବଂ ମୁଣ୍ଡ ବିନ୍ଧା ସମସ୍ୟା ଦେଖାଯାଇ ଥାଏ ।