ମେଟ୍ରୋ ଟିଭି ଓଡିଶା ( ୧୫.୨.୨୦୨୨) : ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ରାତ୍ରି ରହଣୀ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ସନ୍ଧ୍ୟା ୫ଟାରୁ ୫ଟା ୪୫ମିନିଟ୍ ମଧ୍ୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ପରିବାର ସହ ଗର୍ଭଗୃହରେ ଦର୍ଶନ କରିବେ। ଏଥିପାଇଁ ଅପରାହ୍ନ ୪ଟାରୁ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ରାଷ୍ଟ୍ରପତିଙ୍କୁ ସିଂହଦ୍ଵାରରେ ଗଜପତି ଦିବ୍ୟସିଂହ ଦେବ, ଛତିଶା ନିଯୋଗ ନାୟକ, କୌଳିକ ପଣ୍ଡା ପାଛୋଟି ନେବେ। ଗସ୍ତ ସମୟରେ ସୀମିତ ସଂଖ୍ୟକ ସେବାୟତ ରହିବେ। ୧୯ ତାରିଖ ରାତିରେ ହୋଟେଲ ପରିବର୍ତ୍ତେ ରାଜଭବନରେ ରହିବେ ରାଷ୍ଟ୍ରପତି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।
Trending
- ବୋମା ମାଡ଼ ଘଟଣା ୩ଅଭିଯୁକ୍ତ ଗିରଫ
- ନିଆଁ ଲାଗି ପୋଡିଗଲା ୩ବଖରା ଚାଳ ଘର ଓ ଗୋଟିଏ ଦୋକାନ ଗୃହ
- ଟାଙ୍ଗୀ ବ୍ଲକ କଂଗ୍ରେସ ର ମହମବତୀ ଶୋଭାଯାତ୍ରା
- ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାର ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜିର ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୋଦୀ
- ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨୪ ମାଓବାଦୀ
- ବିଭିନ୍ନ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ୭୧ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ପହଲଗାମରେ ଆତଙ୍କବାଦୀ ଆକ୍ରମଣର ସବୁଠାରୁ ଡରାଇଲା ଭଳି ଭିଡିଓ ସାମ୍ନାକୁ ଆସିଛି
- ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ହୁସେନ ରାଣାର ଏନଆଇଏ ହେପାଜତ ୧୨ ଦିନ ବୃଦ୍ଧି
- ବିଦେଶୀ ନାଗରିକଙ୍କ ରାସନ କାର୍ଡ କଟାଯିବ
- ପହଲଗାମ୍ ଆତଙ୍କୀଙ୍କୁ ଯୋଦ୍ଧା ବୋଲି ଦର୍ଶାଇଛି ବିବିସି, ବିବିସିକୁ କେନ୍ଦ୍ର ସରକାରଙ୍କ ନୋଟିସ୍
Prev Post
Next Post