ତୋଷାଳୀ ମେଳା : ପସରା ମେଲାଇଛନ୍ତି ୫୫୦ କାରିଗର

ଭୁବନେଶ୍ବର:ଆରମ୍ଭ ହୋଇଛି ୧୬ ତମ ତୋଷାଳୀ ମେଳା ।  ଜନତା ମଇଦାନରେ  ବିକ୍ରିବଟା ସାଙ୍ଗକୁ ନାଚଗୀତର ଆସର । ଘର କରଣାଠାରୁ ଆରମ୍ଭ କରି ଲୁଗାପଟା, ଟେରାକୋଟା, କାଠ କାମ, ହସ୍ତତନ୍ତ, ପିଲାଙ୍କ ଖେଳନାର ସମ୍ଭାର ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଛି । ମେଳାରେ ସମସ୍ତ ପ୍ରକାର ଜିନିଷ ଉପଲବ୍ଧ ହେଉଥିବା ବେଳେ ବିଶେଷ କରି ହାତ ତିଆରି ଘରକରଣା ଓ ପଟଚିତ୍ର ଲୋକଙ୍କ ଆକର୍ଷଣ ସାଜିଛି l ଦଶ ଟଙ୍କାରୁ ଆରମ୍ଭ କରି ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ଜିନିଷ ଏଠାରେ ଉପଲବ୍ଧ ହେଉଛି  l ଜିନିଷ କିଣାକିଣି ସହ ସନ୍ଧ୍ୟା ହେଲେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଲୁଟୁଛନ୍ତି ରାଜଧାନୀବାସୀ । ୨୯ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବାକୁ ଥିବାରୁ ଆଗାମୀ ଦିନରେ ଭିଡ଼ ଅଧିକ ହେବା ଆଶା କରାଯାଉଛି ।