ଆକାଶ ଓ୍ବିପନ ସିଷ୍ଟମର ସଫଳ ପରୀକ୍ଷଣ କରାଯାଇଛି । ଏହି ୱିପନ ସିଷ୍ଟମ ଗୋଟିଏ ଥରରେ ୪ଟି ଲକ୍ଷ୍ୟଭେଦ କରିଛି । ଏପରି ପ୍ରତିରକ୍ଷା କ୍ଷମତା ହାସଲ କରିବାରେ ଭାରତ ବିଶ୍ୱରେ ପ୍ରଥମ ଦେଶ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି । ପରୀକ୍ଷଣ ବେଳେ ଗୋଟିଏ ଦିଗରୁ ୪ଟି ଟାର୍ଗେଟ୍ କ୍ଲୋଜ ଫର୍ମେସନରେ ଆସିଥିଲେ, ପରେ ଅଲଗା ହୋଇ ଟାର୍ଗେଟକୁ ଆକ୍ରମଣ କରିଥିଲେ । ଏହି ସମୟରେ ଆକାଶ ୱିପନ ସିଷ୍ଟମକୁ ଫାୟାରିଂ କରାଯାଇଥିଲା । ଏଥିରେ ୫ଟି ମିସାଇଲ ଲାଗିଥିଲା । ନିର୍ଦ୍ଦେଶ ପାଇବା ମାତ୍ରକେ ଦୁଇଟି ଲଞ୍ଚରରୁ ଦୁଇଟି ଆକାଶ କ୍ଷେପଣାସ୍ତ୍ର ଉତକ୍ଷେପଣ ହୋଇଥିଲା ।ଏହା ପରେ ଲଞ୍ଚରରୁ ଆଉ ୨ଟି କ୍ଷେପଣାସ୍ତ୍ର ଲଞ୍ଚ ହୋଇଥିଲା । ୪ଟି କ୍ଷେପଣାସ୍ତ୍ର ୩୦ କିଲୋମିଟର ରେଞ୍ଜରେ ୪ଟି ଲକ୍ଷକୁ ନଷ୍ଟ କରିଥିଲେ । ଆକାଶ ପ୍ରତିରକ୍ଷା ପ୍ରଣାଳୀ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ହୋଇଛି । ଏହାକୁ ଡିଆରଡିଓ ବିକଶିତ କରିଛି । ଗତ ଦଶନ୍ଧୀରେ ଏହା ଆର୍ମି ଓ ବାୟୁସେନାରେ ମୁତୟନ ହୋଇଛି । ଡିଆରଡିଓ ଏହାକୁ ନିରନ୍ତର ଅପଗ୍ରେଡ କରିବା ସହ ଆଧୁନିକ କରୁଛନ୍ତି ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Prev Post