ବଚ୍ଚନ ପରିବାରେ କିଛି ଭଲ ଚାଲିନି । ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଅଲଗା ହୋଇପାରନ୍ତି ବଲିଉଡ କପୁଲ ଐଶ୍ଚର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ। ଦୁହିଁଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଛାଡ଼ପତ୍ରରେ ସରିବ ବୋଲି ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କ ମଧ୍ୟରେ ବହୁ ଦିନରୁ ବିବାଦ ଲାଗି ରହିଥିଲା। ଏପରିକି ଐଶ୍ୱର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କ ସହିତ ବଚ୍ଚନ ପରିବାର ଠାରୁ ଅଲଗା ହୋଇ ରହୁଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ଅନେକ କାର୍ଯ୍ୟକ୍ରମରେ ବଲିଉଡ ତାରକା ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ସହ ଅଭିଷେକ ବଚ୍ଚନଙ୍କ ଉପସ୍ଥିତ ରହୁଛନ୍ତି । ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ମତଭେଦ ହେବା କଥା ସାମନାକୁ ଆସିଥିଲା । ତେବେ ଏଥିରେ ପାରିବାରିକ କାରଣ ରହିଥିବା ସୂଚନା ମିଳୁଛି । ଶାଶୁ ଜୟା ବଚ୍ଚନ ଓ ନଣନ୍ଦ ଶ୍ବେତା ବଚ୍ଚନ ପାରିବାରିକ ବିବାଦ ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି।ଏଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଦୀର୍ଘ ଦିନ ଧରି ହେଡଲାଇନରେ ରହିଆସିଥିବା ବେଳେ ଐଶ୍ୱର୍ଯ୍ୟା ରାୟ ଅଭିଷେକ ବଚ୍ଚନଙ୍କ ବଙ୍ଗଳା ଅର୍ଥାତ୍ ‘ଜାଲସା’ ଛାଡିଛନ୍ତି ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Prev Post
Next Post