ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ଯୁଗ ଶେଷ । ହାର୍ଦ୍ଦିକ ପାଣ୍ଡ୍ୟା ନୂଆ କ୍ୟାପ୍ଟେନ । ୨୦୨୪ ଆଇପିଏଲରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଧରିବେ ଟିମର ମଙ୍ଗ। ବର୍ତ୍ତମାନ କ୍ୟାପ୍ଟେନ ଥିବା ରୋହିତ ଶର୍ମାଙ୍କ ପରିବର୍ତ୍ତେ ହାର୍ଦ୍ଦିକ ପାଣ୍ଡ୍ୟା ହେବାକୁ ଯାଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍ଟେନ। ଆଇପିଏଲ୍ ନିଲାମୀ ପୂର୍ବରୁ ଏହି ବଡ ନିଷ୍ପତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସଦୀର୍ଘ୧୦ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ଥିଲେ ରୋହିତ ଶର୍ମା । ୨୦୧୩ରେ କ୍ୟାପଟେନ ଭାବେ ମୁମ୍ବାଇ ଇଣ୍ଡିଆନ୍ସ କମାଣ ସମ୍ଭାଳିଥିଲେ ରୋହିତ । ୫ ଥର ଟିମକୁ ଚାମ୍ପିୟନ ମଧ୍ୟ କରାଇଛନ୍ତି । ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ଜିତିଥିଲା ରୋହିତଙ୍କ ଟିମ୍ । ଗତ ସିଜିନରେ ପ୍ଲେ ଅଫ ପର୍ଯ୍ୟନ୍ତ ପହଞ୍ଚଥିଲା ମୁମ୍ବାଇ ଇଣ୍ଡିଆନ୍ସ ।ଦୀର୍ଘ ଦୁଇ ବର୍ଷ ପରେ ପୁଣି ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ଫେରିଛନ୍ତି ହାର୍ଦ୍ଦିକ । ହାର୍ଦ୍ଦିକ ପାଣ୍ଡ୍ୟା ଏହା ପୂର୍ବରୁ ଗୁଜୁରାଟ ଟାଇଟନ୍ସର କ୍ୟାପଟେନ ଥିଲେ । ୨୦୨୨ରେ ଗୁଜୁରାଟ ଟାଇଟନ୍ସ ଚାମ୍ପିୟନ ହୋଇଥିବା ବେଳେ ୨୦୨୩ରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଫାଇନାଲ ହାରିଥିଲା । ଏବେ ରୋହିତଙ୍କ ଜାଗାରେ ହାର୍ଦ୍ଦିକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ନିଯୁକ୍ତି ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । MIର ଗ୍ଲୋବାଲ ହେଡ୍ ଅଫ୍ ପରଫର୍ମାନ୍ସ ମାହେଲା ଜୟବର୍ଦ୍ଧନେ କହିଛନ୍ତି, ଏହା ଉତ୍ତର ପିଢ଼ି ତିଆରି କରିବାରେ ଏକ ପ୍ରକ୍ରିୟା । ଆଗକୁ ଶକ୍ତିଶାଳୀ ଟିମ୍ ଗଠନ ପାଇଁ MI ପ୍ଲାନ୍ କରିଛି ।
Trending
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
Prev Post
Next Post