ନୂଆଦିଲ୍ଲୀ: ସଂସଦ ସୁରକ୍ଷା ତ୍ରୁଟିକୁ ନେଇ ବିଜେପି ସରକାରକୁ କଂଗ୍ରେସ ଟାର୍ଗେଟ କରିଥିବାବେଳେ ସୁରକ୍ଷା ବଳୟକୁ ନେଇ ଉଠାଇଛି ପ୍ରଶ୍ନବାଚୀ । କଂଗ୍ରେସ କହିଛି କି, ବିଜେପି ସାଂସଦଙ୍କ ପାସରେ ସେମାନେ ପ୍ରବେଶ କରିଥିବାବେଳେ ଅଭିଯୁକ୍ତମାନେ ବିଜେପିର ଅତିଥୀ । ସେପଟେ ସଂସଦର ସୁରକ୍ଷାବଳୟ ଭେଦ କରିବା ଘଟଣାରେ ୪ ନୁହେଁ ମୋଟ ୬ ଜଣ ସାମିଲ ରହିଛନ୍ତି । ପାଞ୍ଚ ଜଣ ଧରାପଡ଼ିଥିବା ବେଳେ ଜଣେ ଏବେ ବି ଫେରାର ଅଛି । ଅନୁପ୍ରବେଶ ପୂର୍ବରୁ ସମସ୍ତେ ଗୁରୁଗ୍ରାମର ଗୋଟିଏ ଘରେ ଏକାଠି ହୋଇଥିଲେ । ସେଠାରେ ଯୋଜନା ପ୍ରସ୍ତୁତ ହୋଇଥିଲା ବୋଲି ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ସଂସଦ ଭିତରେ ହଙ୍ଗାମା କରିଥିବା ଦୁଇ ଯୁବକ ହେଲେ ସାଗର ଶର୍ମା ଓ ମନୋରଞ୍ଜନ ଡି । ଏମାନଙ୍କ ଘର ମହୀଶୂରରେ । ସେହିପରି ସଂସଦ ବାହାରେ ବିକ୍ଷୋଭ କରି ଗିରଫ ହୋଇଥିବା ଅମୋଲ ସିନ୍ଦେଙ୍କ ଘର ମହାରାଷ୍ଟ୍ରରେ । ଅମୋଲଙ୍କ ସହ ନୀଲମ ମଧ୍ୟ ସଂସଦ ବାହାରେ ବିକ୍ଷୋଭ କରିଥିଲେ । ସେ ହରିୟାଣାର ହିର୍ସାର ଗୋଟିଏ ପିଜିରେ ରୁହନ୍ତି । ସେମାନେ ସୋଶାଲ ମିଡିଆରେ ଏକାଠି ହୋଇଥିଲେ । ଏହାପରେ ଯୋଜନା ମୁତାବକ ସଂସଦରେ ପ୍ରବେଶ କରିଥିଲେ ବୋଲି କୁହାଯାଉଛି ।
Trending
- ଅକ୍ଷୟ ତୃତୀୟା ଅବସରରେ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ୧ ହଜାର କୋଟି ଟଙ୍କାର ସହାୟତା ରାଶି ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ
- ଆଗାମୀ ଜନଗଣନା ପ୍ରକ୍ରିୟାରେ ଜାତିଗଣନାକୁ ଅନ୍ତର୍ଭୁକ୍ତ ହେବ
- ବୋମା ମାଡ଼ ଘଟଣା ୩ଅଭିଯୁକ୍ତ ଗିରଫ
- ନିଆଁ ଲାଗି ପୋଡିଗଲା ୩ବଖରା ଚାଳ ଘର ଓ ଗୋଟିଏ ଦୋକାନ ଗୃହ
- ଟାଙ୍ଗୀ ବ୍ଲକ କଂଗ୍ରେସ ର ମହମବତୀ ଶୋଭାଯାତ୍ରା
- ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାର ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜିର ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୋଦୀ
- ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨୪ ମାଓବାଦୀ
- ବିଭିନ୍ନ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ୭୧ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ପହଲଗାମରେ ଆତଙ୍କବାଦୀ ଆକ୍ରମଣର ସବୁଠାରୁ ଡରାଇଲା ଭଳି ଭିଡିଓ ସାମ୍ନାକୁ ଆସିଛି
- ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ହୁସେନ ରାଣାର ଏନଆଇଏ ହେପାଜତ ୧୨ ଦିନ ବୃଦ୍ଧି
Prev Post
Next Post