ନୂଆଦିଲ୍ଲୀ: ସଂସଦ ସୁରକ୍ଷା ତ୍ରୁଟିକୁ ନେଇ ବିଜେପି ସରକାରକୁ କଂଗ୍ରେସ ଟାର୍ଗେଟ କରିଥିବାବେଳେ ସୁରକ୍ଷା ବଳୟକୁ ନେଇ ଉଠାଇଛି ପ୍ରଶ୍ନବାଚୀ । କଂଗ୍ରେସ କହିଛି କି, ବିଜେପି ସାଂସଦଙ୍କ ପାସରେ ସେମାନେ ପ୍ରବେଶ କରିଥିବାବେଳେ ଅଭିଯୁକ୍ତମାନେ ବିଜେପିର ଅତିଥୀ । ସେପଟେ ସଂସଦର ସୁରକ୍ଷାବଳୟ ଭେଦ କରିବା ଘଟଣାରେ ୪ ନୁହେଁ ମୋଟ ୬ ଜଣ ସାମିଲ ରହିଛନ୍ତି । ପାଞ୍ଚ ଜଣ ଧରାପଡ଼ିଥିବା ବେଳେ ଜଣେ ଏବେ ବି ଫେରାର ଅଛି । ଅନୁପ୍ରବେଶ ପୂର୍ବରୁ ସମସ୍ତେ ଗୁରୁଗ୍ରାମର ଗୋଟିଏ ଘରେ ଏକାଠି ହୋଇଥିଲେ । ସେଠାରେ ଯୋଜନା ପ୍ରସ୍ତୁତ ହୋଇଥିଲା ବୋଲି ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ସଂସଦ ଭିତରେ ହଙ୍ଗାମା କରିଥିବା ଦୁଇ ଯୁବକ ହେଲେ ସାଗର ଶର୍ମା ଓ ମନୋରଞ୍ଜନ ଡି । ଏମାନଙ୍କ ଘର ମହୀଶୂରରେ । ସେହିପରି ସଂସଦ ବାହାରେ ବିକ୍ଷୋଭ କରି ଗିରଫ ହୋଇଥିବା ଅମୋଲ ସିନ୍ଦେଙ୍କ ଘର ମହାରାଷ୍ଟ୍ରରେ । ଅମୋଲଙ୍କ ସହ ନୀଲମ ମଧ୍ୟ ସଂସଦ ବାହାରେ ବିକ୍ଷୋଭ କରିଥିଲେ । ସେ ହରିୟାଣାର ହିର୍ସାର ଗୋଟିଏ ପିଜିରେ ରୁହନ୍ତି । ସେମାନେ ସୋଶାଲ ମିଡିଆରେ ଏକାଠି ହୋଇଥିଲେ । ଏହାପରେ ଯୋଜନା ମୁତାବକ ସଂସଦରେ ପ୍ରବେଶ କରିଥିଲେ ବୋଲି କୁହାଯାଉଛି ।
Trending
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
Prev Post
Next Post