ନିର୍ଜନ ଶୀତୁଆ ରାତିର ଫଟୋ ଭାଇରଲ

ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ଜାପାନର ଏକ ଅତି ମନୋରମ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଜାପାନୀ ଫଟୋଗ୍ରାଫର ୟାସୁଟୋ ଇନାଗାକି ସ୍ଥାନୀୟ ତତେୟାମା ପାହାଡ଼ର ଏହି ମନମୁଗ୍ଧକର ଫଟୋ ଉଠାଇଛନ୍ତି। ଏହି ଫଟୋରେ ପାହାଡ଼ ଓ ଜଙ୍ଗଲ ମଧ୍ୟରେ ସହରର ଚିକ୍‌ମିକ୍‌ ଆଲୋକମାଳା ନଜର ଆସିଛି। ଆଉ ଏହାର ସୁନ୍ଦରତାକୁ ଆହୁରି ବଢ଼ାଇ ଦେଇଛି କୁହୁଡ଼ି। କୁହୁଡ଼ି ଆଚ୍ଛାଦିତ ଏହି ସହରର ଫଟୋ ଏବେ ସୋସିଆଳ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋକୁ ଜାପାନୀ ଫଟୋଗ୍ରାଫର ୟାସୁଟୋ ଇନାଗାକି ଜାନୁଆରୀ ୧୬ ତାରିଖ ମଧ୍ୟ ରାତ୍ରିରେ ଉଠାଇଛନ୍ତି। ଏହି ଫଟୋ ଉଠାଇବାକୁ ତାଙ୍କୁ ପ୍ରବଳ ଥଣ୍ଡାରେ ପାହାଡ଼ ଉପରେ ଅନେକ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ସେ ଶୀତ ଦିନେ ସହରର ଦୃଶ୍ୟର ଫଟୋ ଉଠାଇବାକୁ ପାହାଡ଼ ଉପରକୁ ଯାଇଥିଲେ। କିନ୍ତୁ ଅଧିକ ସୁନ୍ଦର ଫଟୋ ପାଇଁ ତାଙ୍କୁ ଆହୁରି ଉପରକୁ ଯିବାକୁ ପଡ଼ିଥିଲା। ସେ ବହୁ କଷ୍ଟ କରି ଏହି ଫଟୋ ଉଠାଇଥିଲେ। ଫଟୋଟି ଭାଇରାଲ ହେବା ପରେ ସବୁ ଆଡ଼ୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଥିବାରୁ ତାଙ୍କୁ ପରିଶ୍ରମର ଫଳ ମିଳିଛି ବୋଲି କହିଛନ୍ତି ଇନାଗାକି।
ଏହି ଫଟୋରେ କୁହୁଡ଼ି ଆଚ୍ଛାଦିତ ସହରଟି ପାଣିରେ ଭାସୁଥିବା ଭଳି ନଜର ଆସୁଛି। ସହରର ବିଭିନ୍ନ କଲର ଫୁଲ ଲାଇଟ୍‌ ଫଟୋର ସୌନ୍ଦର୍ଯ୍ୟକୁ ବହୁ ଗୁଣିତ କରି ଦେଉଛି। ଇନାଗାକି କହିଛନ୍ତି, ଏହି ଗୋଟିଏ ସ୍ଥାନର ଫଟୋ ଭିନ୍ନ ଭିନ୍ନ ଋତୁରେ ଅଲଗା ଅଲଗା ଆସେ। ଏଣୁ ମୁଁ ସବୁ ଋତୁରେ ଏହି ଗୋଟିଏ ସ୍ଥାନରୁ ଫଟୋ ଉଠାଇ ପରିବର୍ତ୍ତନକୁ ସମସ୍ତଙ୍କୁ ଦେଖାଇବାକୁ ଚାହୁଁଛି ବୋଲି କହିଛନ୍ତି ଇନାଗାକି।