ଶୁକ୍ରବାର ଦିନ କଣ କରିବେ ନାହିଁ ?

ଏଭଳି କଲେ ମିଳିବ ଲକ୍ଷ୍ମୀଙ୍କ ଆଶୀର୍ବାଦ

ଆପଣ ଧନୀ ହେବାକୁ ଚାହୁଁଛନ୍ତି ତେବେ ମା’ଲକ୍ଷ୍ମୀଙ୍କୁ ଖୁସି କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଧନର ଦେବୀ ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ସର୍ବୋତ୍ତମ ଦିନ ହେଉଛି ଗୁରୁବାର । କିନ୍ତୁ ଶୁକ୍ରବାର ଦିନ ମଧ୍ୟ ମା’ ଲକ୍ଷ୍ମୀଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି । ଯେଉଁମାନେ ଶୁକ୍ରବାର ଦିନ ନିୟମ ଅନୁଯାୟୀ ଧନର ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତି, ସେମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ଥାଏ ଏବଂ ଭକ୍ତଙ୍କ ଉପରେ ମା’ ଲକ୍ଷ୍ମୀ ସର୍ବଦା ଆଶୀର୍ବାଦ ରଖନ୍ତି। ତେଣୁ ଶୁକ୍ରବାର ଦିନ ମଧ୍ୟ ଆପଣ କୌଣସି ଭୁଲ କରିବା ଉଚିତ୍ ନୁହେଁ, ଏଭଳି କଲେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ତେବେ ଆସନ୍ତୁ ଜାଣିବା ଶୁକ୍ରବାର ଦିନ କେଉଁ ଭୁଲ କଲେ ମା’ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

ଶୁକ୍ରବାର ଦିନ କଣ କରିବେ ନାହିଁ :
ବିଶେଷ କରି ଶୁକ୍ରବାର ଦିନ ଘର ସଫା କରନ୍ତୁ । ଘରର କୌଣସି କୋଣରେ ଯେପରି ମଇଳା ନ ରୁହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ମା’ ଲକ୍ଷ୍ମୀ ସର୍ବଦା ପରିଷ୍କାର ଘରେ ବାସ କରନ୍ତି । ଏହା ସହିତ ମଇଳା ଏବଂ ଛିଣ୍ଡି ଯାଇଥିବା ପୋଷାକ ନ ପିନ୍ଧିବାକୁ ଚେଷ୍ଟା କରନ୍ତୁ ।

ଟଙ୍କା କାରବାର କରନ୍ତୁ ନାହିଁ :
ଶୁକ୍ରବାର ଦିନ କାହାଠାରୁ ଟଙ୍କା ନେବା କିମ୍ବା ଦେବା ଉଚିତ୍ ନୁହେଁ । ଏହି ଦିନ ଟଙ୍କା କାରବାର ଅତ୍ୟନ୍ତ ଅଶୁଭ ବୋଲି କୁହାଯାଏ ।