ବିବାହ କରିବେ କୋରିଆନ ତାରକା ହ୍ୟୁନ ବିନ ଓ ସନ ୟେ ଜିନ
pic credit-showbiz cheat sheet
ମେଟ୍ରୋ ଟିଭି ଓଡିଶା,୧୨/୨ : ସବୁଠି ଚାଲିଛି ବିବାହର ଋତୁ । ଦେଶ ହେଉ ଅବା ବିଦେଶ ବାହା ହେଉଛନ୍ତି ବହୁ କଳାକାର । ସେହିପରି କିଛି କପଲ୍ ରିଲ୍ ଲାଇଫରୁ ରିୟଲ ଲାଇଫ ପାର୍ଟନର ହେବାକୁ ଯାଉଛନ୍ତି । କୋରିଆନ ଡ୍ରାମା ଏବେ ୟଙ୍ଗମାସଙ୍କର ବେଶ ପସନ୍ଦ । ଏହାରି ଭିତରେ ଖବର ଆସିଛି କି ଦକ୍ଷିଣ କୋରିଆ ତାରକା ସନ ୟେ ଜିନ ଓ ହ୍ୟୁନ ବିନ ବିବାହ କରିବାକୁ ଘୋଷଣା କରିଛନ୍ତି । ଏହି ଦମ୍ପତ୍ତି ସର୍ବସାଧାରଣରେ ପ୍ରକାଶ କରିବା ପରେ ପାଖାପାଖି ବର୍ଷେ ପରେ ଖବର ମିଳିଛି କି ବିଶ୍ୱର ହିଟ କୋରିଆନ ଡ୍ରାମା କ୍ରାସ ଲ୍ୟାଣ୍ଡିଙ୍ଗ ଅନ ୟୁ ୨୦୧୯ରେ ଅଭିନୟ କରିବା ପରେ ସେମାନେ ସମ୍ପର୍କରେ ଥିଲେ ।
pic credit-DNA india
ସୂଚନା ଅନୁସାରେ,ସନ ଇନଷ୍ଟାରେ ଏକ ଫଟୋ ସହ ସେୟାର କରିଛନ୍ତି କି ଏହି କାହାଣୀ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଏହାକୁ ସେୟାର କିପରି କରିବି ସେ ବିଷୟରେ ବହୁତ ଭାବିଲି । ହେଲେ ଏବେ ମୁଁ ଜଣକୁ ପାଇଛି ଯାହା ସହ ବାକି ଥିବା ଜୀବନ ମୁଁ ବିତାଇବି । ଏହା ମୋ ସହ ସ୍ୱାଭାବିକ ଭାବରେ ଘଟିଛି କିନ୍ତୁ ଏହା ଭାଗ୍ୟ ନୁହେଁ ତ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ହ୍ୟୁନଙ୍କ ନାମ ଉଲ୍ଲେଖ ନକରି ସେ କହିଛନ୍ତି କି ସେ ତାଙ୍କ ସହ ସୁରକ୍ଷିତ ଅନୁଭବ କରନ୍ତି ।