ମୟୂରଭଞ୍ଜ ଜିଲ୍ଲା ଯଶିପୁର ଗୋଷ୍ଠୀ ଶିକ୍ଷାଧିକାରୀ ନିଲମ୍ବିତ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଯଶିପୁର ଗୋଷ୍ଠୀ ଶିକ୍ଷାଧିକାରୀ ନିଲମ୍ବିତ ହୋଇଛନ୍ତି । ଶିକ୍ଷାଧିକାରୀ ମଙ୍ଗଳ ଚନ୍ଦ୍ରସିଂଙ୍କୁ ନିଲମ୍ବନ କରିଛନ୍ତି ଶିକ୍ଷା ସଚିବ। ତାଙ୍କ ନାଁ ରେ ବିଭିନ୍ନ ପ୍ରକାର ବେଆଇନ କ୍ଷମତା ଅପବ୍ୟବହାର କରିବାର ଅଭିଯୋଗ ଥିଲା । ନିଜେ ଶିକ୍ଷା ସଚିବ ଯଶିପୁର ଗସ୍ତକରି ତଦନ୍ତ କରି ଫେରିଥିଲେ । ବେଆଇନ ଭାବରେ ଶିକ୍ଷକମାନଙ୍କ ବଦଳି କରୁଥିବାର ଅଭିଯୋଗ ଥିଲା ଯଶିପୁର ବିଇଓ ଙ୍କ ନାଁ ରେ। ଏମିତି କି ଗୋଟିଏ ମାସ ମଧ୍ୟରେ ଅନେକ ଥର ବଦଳି କରିଥିବାର ଅଭିଯୋଗ ଆସିଥିଲା । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ । ଅଭିଯୋଗ ଆଧାରରେ ତାଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।