ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଆଗରେ ବସୁନ୍ଧରା ରାଜେ ରହିଛନ୍ତି । ତାଙ୍କ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଛନ୍ତି । ରାଜସ୍ଥାନ ନିର୍ବାଚନ ଫଳ ଘୋଷଣାକୁ ଇତିମଧ୍ୟରେ ତିନି ଦିନ ବିତିଲାଣି । କିନ୍ତୁ ମୁଖ୍ୟମନ୍ତ୍ରୀ ଚୌକିରେ କିଏ ବସିବ ତାହା ଜଣାପଡ଼ିନାହିଁ। ମୁଖ୍ୟମନ୍ତ୍ରୀ ଆସନ ପାଇଁ ୫ ନେତାଙ୍କ ନାମ ଏବେ ଚର୍ଚ୍ଚା ହେଉଛି। ସେମାନେ ହେଲେ ଦୀୟା କୁମାରୀ, ମହନ୍ତ ବାଲକନାଥ, କିରୋଡ଼ୀ ଲାଲ ମୀନା, ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ବସୁନ୍ଧରା ରାଜେ। ଅନ୍ୟତମ ଦାବିବାର ହେଉଛନ୍ତି ମହନ୍ତ ବାଲକନାଥ। ୟୁପିରେ ଯୋଗୀ ଆଦିତ୍ୟନାଥଙ୍କ ଭଳି ରାଜସ୍ଥାନରେ ମଧ୍ୟ ତାଙ୍କର ଲୋକପ୍ରିୟତା ରହିଛି। ସେହିଭଳି ତୃଣମୂଳ ସ୍ତରର ନେତା ସାଂସଦ କିରୋଡ଼ୀ ଲାଲ ମୀନା ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଅଛନ୍ତି। ଗେହଲଟ ସରକାର ବିରୋଧରେ ସେ ଲଗାତାର ସ୍ବର ଉଠାଇ ଆସୁଥିଲେ। କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ମଧ୍ୟ ଭାବି ମୁଖ୍ୟମନ୍ତ୍ରୀ ଭାବେ ଦେଖାଯାଉଛି। ଶେଖାୱତ ଅବଶ୍ୟ ବିଧାନସଭା ନିର୍ବାଚନ ଲଢ଼ିନାହାନ୍ତି। କିନ୍ତୁ ସେ ଯଦି ମୁଖ୍ୟମନ୍ତ୍ରୀ ହେବେ ତାହେଲେ କରନପୁର ଆସନରୁ ସେ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି। ଏହାବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି। ତାଙ୍କୁ ମଧ୍ୟ ଦଳ ବିଚାରକୁ ନେଇପାରେ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post