ଦେଶର ସରକାରୀ ସ୍କୁଲଗୁଡ଼ିକରେ ୯.୮ ଲକ୍ଷ ଶିକ୍ଷକ ପଦ ଖାଲି ପଡ଼ିଥିବା ନେଇ ମାର୍ଚ୍ଚ ମାସରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ପକ୍ଷରୁ ରିପୋର୍ଟ ଦିଆଯାଇଥିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ସ୍ତରରେ ୭.୪ ଲକ୍ଷ ଓ ନବମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାଧ୍ୟମିକ ସ୍ତରରେ ୧.୬ ଲକ୍ଷ ଶିକ୍ଷକ ପଦ ଖାଲି ରହିଥିବା କମିଟି ପକ୍ଷରୁ କୁହାଯାଇଥିଲା । ତେବେ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଠାରୁ ମନ୍ତ୍ରଣାଳୟର ରିପୋର୍ଟରେ ସାମାନ୍ୟ ସୁଧାର ରହିଥିବା କୁହାଯାଉଛି ।ବିହାର, ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ଆଦି ତିନୋଟି ରାଜ୍ୟରେ ଖାଲି ପଡ଼ିଥିବା ମୋଟ ପଦର ଅଧାରୁ ଅଧିକ ପଦ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ରହିଥିବା ଜଣାପଡ଼ିଛି । ବିହାରରେ ପ୍ରାଇମିକ ସ୍କୁଲରେ ୧,୯୨,୦୯୭, ଉତ୍ତରପ୍ରଦେଶରେ ୧,୪୩,୫୬୪, ଝାଡ଼ଖଣ୍ଡରେ ୭୫,୭୨୬, ପଶ୍ଚିମବଙ୍ଗରେ ୫୩,୧୩୭, ମଧ୍ୟପ୍ରଦେଶରେ ୫୨,୩୯୪ ପଦ ପ୍ରାଥମିକ ସ୍କୁଲରେ ଖାଲି ପଡ଼ିଥିବା ଜଣାପଡ଼ିଛି । ସେହିପରି ବିହାରରେ ମାଧ୍ୟମିକ ସ୍କୁଲରେ ୩୨,୯୨୯, ଝାଡ଼ଖଣ୍ଡରେ ୨୧,୭୧୭, ମଧ୍ୟପ୍ରଦେଶରେ, ୧୫,୧୪୫, ଉତ୍ତରପ୍ରଦେଶରେ ୭,୪୯୨, ପଶ୍ଚିମବଙ୍ଗରେ ୭,୩୭୮ ପଦ ଖାଲି ରହିଛି ।
Trending
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
- ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ
Next Post