ଦେଶର ସରକାରୀ ସ୍କୁଲଗୁଡ଼ିକରେ ୯.୮ ଲକ୍ଷ ଶିକ୍ଷକ ପଦ ଖାଲି ପଡ଼ିଥିବା ନେଇ ମାର୍ଚ୍ଚ ମାସରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ପକ୍ଷରୁ ରିପୋର୍ଟ ଦିଆଯାଇଥିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ସ୍ତରରେ ୭.୪ ଲକ୍ଷ ଓ ନବମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାଧ୍ୟମିକ ସ୍ତରରେ ୧.୬ ଲକ୍ଷ ଶିକ୍ଷକ ପଦ ଖାଲି ରହିଥିବା କମିଟି ପକ୍ଷରୁ କୁହାଯାଇଥିଲା । ତେବେ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଠାରୁ ମନ୍ତ୍ରଣାଳୟର ରିପୋର୍ଟରେ ସାମାନ୍ୟ ସୁଧାର ରହିଥିବା କୁହାଯାଉଛି ।ବିହାର, ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ଆଦି ତିନୋଟି ରାଜ୍ୟରେ ଖାଲି ପଡ଼ିଥିବା ମୋଟ ପଦର ଅଧାରୁ ଅଧିକ ପଦ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ରହିଥିବା ଜଣାପଡ଼ିଛି । ବିହାରରେ ପ୍ରାଇମିକ ସ୍କୁଲରେ ୧,୯୨,୦୯୭, ଉତ୍ତରପ୍ରଦେଶରେ ୧,୪୩,୫୬୪, ଝାଡ଼ଖଣ୍ଡରେ ୭୫,୭୨୬, ପଶ୍ଚିମବଙ୍ଗରେ ୫୩,୧୩୭, ମଧ୍ୟପ୍ରଦେଶରେ ୫୨,୩୯୪ ପଦ ପ୍ରାଥମିକ ସ୍କୁଲରେ ଖାଲି ପଡ଼ିଥିବା ଜଣାପଡ଼ିଛି । ସେହିପରି ବିହାରରେ ମାଧ୍ୟମିକ ସ୍କୁଲରେ ୩୨,୯୨୯, ଝାଡ଼ଖଣ୍ଡରେ ୨୧,୭୧୭, ମଧ୍ୟପ୍ରଦେଶରେ, ୧୫,୧୪୫, ଉତ୍ତରପ୍ରଦେଶରେ ୭,୪୯୨, ପଶ୍ଚିମବଙ୍ଗରେ ୭,୩୭୮ ପଦ ଖାଲି ରହିଛି ।
Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Next Post