ବ୍ରିଟେନ ସରକାର ଦେଶରେ ପ୍ରବାସୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ଏକ ଦୃଢ଼ ପଦକ୍ଷେପ ନେଇଥିବା ସୋମବାର ଘୋଷଣା କରିଛନ୍ତି। ଏଥିରେ ବିଦେଶୀ ଶ୍ରମିକମାନଙ୍କ ପାଇଁ ଦକ୍ଷତା ଭିତ୍ତିକ ଭିସା ପାଇବା ପାଇଁ ଅଦିକ ବେତନ ସୀମା ଧାର୍ଯ୍ୟ କରିବା ଉପରେ ରୋକ ଲଗାଯାଇଛି । ଏହା ସହିତ ପରିବାର ସଦସ୍ୟଙ୍କୁ ନିର୍ଭରଶୀଳ ଭାବରେ ଆଣିବା ଉପରେ ଏକ ନିଷେଧାଦେଶ ଜାରି କରାଯାଇଛି । ବ୍ରିଟେନର ଗୃହମନ୍ତ୍ରୀ ଜେମ୍ସ କ୍ଲିଭରଲି ବ୍ରିଟିଶ ସଂସଦର ଲୋୟର ହାଉସ ‘ହାଉସ ଅଫ୍ କମନ୍ସ’ରେ ଏ ନେଇ ଏକ ବିବୃତ୍ତିରେ ପ୍ରକାଶ କରିଛନ୍ତି । ଏହି କାର୍ୟ୍ୟାନୁଷ୍ଠାନ ଅନୁଯାୟୀ ସ୍ୱାସ୍ଥ୍ୟ ଭିସା ଉପରେ ଡାକ୍ତରମାନେ ସେମାନଙ୍କ ପରିବାରର କୌଣସି ସଦସ୍ୟଙ୍କୁ ସାଙ୍ଗରେ ଆଣି ପାରିବେ ନାହିଁ ବୋଲି କୁହାଯାଇଛି। ତେବେ ଏହି ନିଷ୍ପତ୍ତି ଭାରତୀୟମାନଙ୍କୁ ମଧ୍ୟ ପ୍ରଭାବିତ କରିବ।ଏଥି ସହିତ ବ୍ରିଟିଶ ସରକାର କହିଛନ୍ତି ଯେ କୁଶଳୀ ଶ୍ରମିକ ଭିସା ମାଧ୍ୟମରେ ବ୍ରିଟେନକୁ ଆସିବାକୁ ଆବେଦନ କରୁଥିବା ବ୍ୟକ୍ତିଙ୍କ ଦରମା ବର୍ତ୍ତମାନର ୨୬,୨୦୦(ପ୍ରାୟ ୨୮ ଲକ୍ଷ ଟଙ୍କା) ବ୍ରିଟିଶ ପାଉଣ୍ଡରୁ ୩୮,୭୦୦(ପ୍ରାୟ ୪୦ ଲକ୍ଷ ଭାରତୀୟ ଟଙ୍କା) ବ୍ରିଟିଶ ପାଉଣ୍ଡକୁ ବୃଦ୍ଧି କରାଯିବ। ସମାନ ବେତନ ରାଶି ପରିବାର ଭିସା ବର୍ଗରେ ଆବେଦନ କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ ।
Trending
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
Next Post