ସାବଧାନ ! ମସ୍ତିଷ୍କକୁ ଖାଇପାରେ ବନ୍ଧାକୋବି ପୋକ,

ଦେଖାଦେବ ମାନସିକ ସମସ୍ୟା

ଶୀତ ଦିନ ଆସିବା ମାତ୍ରେ ସବୁ ପ୍ରକାରର ପନିପରିବା ମିଳିଥାଏ । ଶୀତ ଦିନରେ ବିଶେଷ ଭାବେ ଫୁଲକୋବି, ବନ୍ଧାକୋବି, ଓଲ୍‌କୋବି ପରି ଅନେକ ଜିନିଷ ମିଳିଥିାଏ । ତେବେ ବନ୍ଧାକୋବି ଖାଇବା ପାଇଁ ଅନେକ ଲୋକ ବହୁତ ପସନ୍ଦ କରନ୍ତି । ଯଦି ଆପଣ ମଧ୍ୟ ଏହି କୋବି ଖାଇବା ପାଇଁ ପସନ୍ଦ କରୁଛନ୍ତି, ତାହେଲେ ଏଥିପାଇଁ ସାବଧାନ ହୋଇଯାଆନ୍ତୁ । କାରଣ ଏଥିରେ ରହିଥିବା ପୋକ ଆପଣଙ୍କ ମସ୍ତିଷ୍କକୁ ଗୁରୁତ୍ୱର କ୍ଷତି କରିପାରେ । କିନ୍ତୁ କୋବି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାକୁ ଅନେକ ପ୍ରକାରର ଖାଦ୍ୟ ତିଆରି କରିବାରେ ବ୍ୟବହାର କରାଯାଏ । ହେଲେ ଏହାର ବିଭିନ୍ନ ପ୍ରକାରର ସାଇଡିଫେକ୍ଟମଧ୍ୟ ରହିଛି । ହେଲଥ୍‌ ଏକ୍ସପର୍ଟସଙ୍କ କହିବା ଅନୁସାରେ, ବନ୍ଧାକୋବିରେ ମିଳୁଥିବା ଛୋଟ ପୋକ ମସ୍ତିଷ୍କକୁ କ୍ଷତି ପହଞ୍ଚାଇପାରେ । ଏଥିପାଇଁ ଆପଣ ମଧ୍ୟ ବାତ ଭଳି ରୋଗର ସାମ୍ନା କରିପାରିନ୍ତି । ସେଥିପାଇଁ ଯଦି ଆପଣ ବନ୍ଧାକୋବି ଖାଉଛନ୍ତି, ତାହେଲେ ସାବଧାନ ହୋଇଯାଆନ୍ତୁ ।

ବନ୍ଧାକୋବି ଖାଇବା ପୁର୍ବରୁ ରୁହନ୍ତୁ ସାବଧାନ :
ସୂଚନା ମୁତାବକ, ବନ୍ଧାକୋବି ଖାଇବା ପୂର୍ବରୁ ଆପଣମାନେ ସାବଧାନ ରହିବା ଉଚିତ । କାରଣ ଏଥିରେ ପୋକ ମଧ୍ୟ ରହିପାରେ, ଯାହା ଶରୀରରେ ପ୍ରବେଶ କରି ବାତ ଭଳି ବିପଜ୍ଜନକ ରୋଗ ସୃଷ୍ଟି କରିପାରେ । ଅନେକ ରିସର୍ଚ୍ଚରମାନେ ରିସର୍ଚ୍ଚ ଜରିଆରେ କହିଛନ୍ତି, ଯେ ଏହି ପୋକ ଧିରେ ଧିରେ ଶରୀର ମଧ୍ୟରେ ପସିଯାଆନ୍ତି ଏବଂ ଏହି ଭଳି ଭାବେ ପୋକର ଅଣ୍ଡା ଶରୀରରେ ପହଞ୍ଚିଯାଏ । ସେହି ଭଳି ଏହି କୋବି ପୋକ ମସ୍ତିଷ୍କକୁ ଯାଇ ଆମ ଶରୀରରେ ବାତ ପରି ସମସ୍ୟା ଦେଖାଦେଇଥାଏ