ବର୍ତ୍ତମାନ ସମୟରେ ଖରାପ ଅଭ୍ୟାସ ଓ କାମର ପ୍ରଭାବରେ ସଭିଏଁ ଚିନ୍ତାଗ୍ରସ୍ତ ରହିଥାଆନ୍ତି। ଫଳରେ ହୃଦୟ ଜନିତ ସମସ୍ୟା ହେବାର ସମ୍ଭାବନା ଅଧିକ ଥାଏ। ଏହାସହ କୋଲେଷ୍ଟେରୋଲ୍ ମଧ୍ୟ ବୃଦ୍ଧି ହୋଇଥାଏ। ଏକ ସରଳ ଉପାୟ ଦ୍ୱାରା ମାରାତ୍ମକ ରୋଗରୁ ରକ୍ଷା ପାଇବା ସହ ସୁସ୍ଥ ରହି ପାରିବେ। ଜାଣନ୍ତୁ..
ସୁସ୍ଥ ରହିବା ପାଇଁ ମନ ଖୋଲା ହସନ୍ତୁ।
ନିୟମିତ ମନ ଖୋଲା ହସିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ମଜଭୂତ ହୋଇଥାଏ। ଏହାର କାରଣ ହେଉଛି ମନଖୋଲା ହସିବା ଦ୍ୱାରା ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି ପାଇବା ସହ ପ୍ରତ୍ୟେକ ସ୍ଥାନକୁ ସଠିକ୍ ପରିମାଣରେ ଅମ୍ଳଜାନ ପହଞ୍ଚିଥାଏ। ଏହାସହ ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହେବା ଫଳରେ ଶରୀରକୁ ରୋଗରୁ ରକ୍ଷା କରିଥାଏ। ବାରମ୍ବାର ରୋଗରେ ନପଡିବା ପାଇଁ ମନ ଖୋଲା ହସନ୍ତୁ।
ମନ ଖୋଲା ହସିବା ଦ୍ୱାରା ହୃଦୟ ଜନିତ ସମସ୍ୟା ହେବାର ସମ୍ଭାବନା ଖୁବ କମ୍ ଥାଏ। ହସିବା ସମୟରେ ଗଭୀର ଭାବେ ନିଶ୍ୱାସ ପ୍ରଶ୍ୱାସ ନେଇଥାଆନ୍ତି। ଯାଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳିଥାଏ। ଏହାଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ହୃଦୟ ଜନିତ ରୋଗ ହେବାର ମଧ୍ୟ ସମ୍ଭାବନା ଖୁବ୍ କମ୍ ଥାଏ।
ମନ ଖୋଲା ହସିବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ। କାରଣ ହସିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର ହୋଇ ମନ ସୁସ୍ଥ ରହେ। ହୃଦୟ ଉପରେ କୁପ୍ରଭାବ ପଡେ ନାହିଁ। ରକ୍ତଚାପ ନିୟନ୍ତ୍ରଣରେ ରହେ। ଉଚ୍ଚ ରକ୍ତଚାପ ରୋଗୀ ମନ ଖୋଲା ହସନ୍ତୁ।
ହସିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା କମ୍ ହୋଇଥାଏ। ଚିନ୍ତା କମ୍ ହେବା ଦ୍ୱାରା ଶରୀରରେ କର୍ଟିସୋଲ୍ ହରମୋନ୍ ମଧ୍ୟ କମ ହୋଇଥାଏ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post