ମାର୍ଗଶୀର ମାସର ଧାର୍ମିକ ମହତ୍ତ୍ୱ ସହ ବାସ୍ତୁ ଅନୁଯାୟୀ ମଧ୍ୟ ଏହାର ବିଶେଷତ୍ୱ ରହିଛି। ଏହି ମାସରେ ମା’ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଖୁବ ଶୁଭଙ୍କର। ଏହାଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଏହି ମାସରେ ପ୍ରତିଦିନ କର୍ପୂର ଜଳାନ୍ତୁ। ଘରର ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ।ଏହି ମାସରେ ଘରେ ପ୍ରତିଦିନ ଶଙ୍ଖ ବଜାନ୍ତୁ। ଗୀତା ପାଠ କରନ୍ତୁ।ଘରର ମୁଖ୍ୟ ଦ୍ୱାର ନିକଟରେ ସୁନ୍ଦର ସୁନ୍ଦର ଝୋଟି ଆଙ୍କନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ସର୍ବଦା ମିଳିଥାଏ। ଘରେ ନିଶ୍ଚୟ ଗଙ୍ଗାଜଳ ଛିଞ୍ଚନ କରନ୍ତୁ। ଏହା ଖୁବ ଶୁଭ।
ଶଙ୍ଖରେ ନିଶ୍ଚୟ ଜଳ ରଖନ୍ତୁ। ଶଙ୍ଖର ପୂଜା ମଧ୍ୟ କରନ୍ତୁ।ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରନ୍ତୁ। ଅଧିକ ସମୟ ଯାଏଁ ଶୟନ କରନ୍ତୁ ନାହିଁ।ପୁରାଣ ଅନୁଯାୟୀ ବିଧିବିଧାନ ପୂର୍ବକ ମାର୍ଗଶୀର ମାସରେ ଶଙ୍ଖର ପୂଜା କରିବା ଅତ୍ୟନ୍ତ ଶୁଭ ଅଟେ। ଯେଉଁ ପ୍ରକାରରେ ସମସ୍ତ ଦେବାଦେବୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ, ସେହି ପ୍ରକାରରେ ଶଙ୍ଖର ପୂଜା କରିବା ଆବଶ୍ୟକ। ସାଧାରଣ ଶଙ୍ଖ ମଧ୍ୟ ଶ୍ରୀକୃଷ୍ଣଙ୍କ ପଞ୍ଚଜନ୍ୟ ଶଙ୍ଖ ସମାନ ଶୁଭ ଫଳ ପ୍ରଦାନ କରେ, କାରଣ ଏହା ପ୍ରଭୁ ଶ୍ରୀକୃଷ୍ଣଙ୍କର ପ୍ରିୟ ଅଟେ।
ଶଙ୍ଖ ପୂଜାର ମହତ୍ତ୍ୱ..
ସମସ୍ତ ଶୁଭ କାର୍ଯ୍ୟରେ ଶଙ୍ଖର ବିଶେଷ ସ୍ଥାନ ରହିଛି। ଶଙ୍ଖର ଜଳ ସମସ୍ତଙ୍କୁ ପବିତ୍ର କରିଥାଏ ବୋଲି କୁହାଯାଏ। ତେଣୁ ସମସ୍ତ ପୂଜା ପରେ ଏହାର ଜଳକୁ ଶ୍ରଦ୍ଧାଳୁଙ୍କ ଉପରେ ଛିଞ୍ଚା ଯାଇଥାଏ।ଶଙ୍ଖକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ। ଏହାକୁ ପୂଜା କଲେ ମା’ପ୍ରସନ୍ନ ହୋଇଥାଆନ୍ତି ବୋଲି କୁହାଯାଏ। ତେଣୁ ଶଙ୍ଖକୁ ନିୟମିତ ପୂଜା କରାଯାଉଥିବା ଘରେ ଧନର ଅଭାବ ହୋଇନଥାଏ।ବିଷ୍ଣୁ ପୁରାଣ ଅନୁଯାୟୀ ଦେବୀ ମହାଲକ୍ଷ୍ମୀ ସମୁଦ୍ରଙ୍କର କନ୍ୟା ଅଟନ୍ତି ଏବଂ ସମୁଦ୍ର ମନ୍ଥନ ସମୟରେ ଶଙ୍ଖ ପ୍ରକଟ ହୋଇଥିଲେ। ଏହି କାରଣରୁ ଶଙ୍ଖକୁ ମା’ଲକ୍ଷ୍ମୀଙ୍କର ଭାଇ ବୋଲି କୁହାଯାଇଥାଏ।
Trending
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
Prev Post
Next Post