କାର୍ତ୍ତିକ ପୂର୍ଣ୍ଣିମା ଦିନ ସ୍ନାନ ଓ ଦାନର କ’ଣ ମହତ୍ତ୍ୱ!

ପୂର୍ଣ୍ଣିମା ଦୁଇ ଦିନ ହୋଇଥାଏ

ପବିତ୍ର କାର୍ତ୍ତିକ ମାସର ପୂର୍ଣ୍ଣିମା ଦୁଇ ଦିନ ପଡୁଛି । ଯେତେବେଳେ ପୂର୍ଣ୍ଣିମା ଦୁଇ ଦିନର ହୋଇଥାଏ, ସେତେବେଳେ ଉପବାସର ପୂର୍ଣ୍ଣିମା ପ୍ରଥମ ଦିନରେ ପାଳନ କରାଯାଏ ଏବଂ ଦ୍ୱିତୀୟ ଦିନରେ ସ୍ନାନ ଓ ଦାନର ପୂର୍ଣ୍ଣିମା ପାଳନ କରାଯାଏ । ତେବେ ଯେଉଁ ଦିନ ପୂର୍ଣ୍ଣ ରୂପରେ ଚନ୍ଦ୍ରମା ଉଦୟ ହୋଇଥାନ୍ତି, ସେହି ଦିନକୁ ଭ୍ରାତାଦି ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଏହା ସହ ଆଜି ଚନ୍ଦ୍ର ଆକାଶରେ ସଂପୂର୍ଣ୍ଣ ରୂପରେ ଉଦୟ ହେବେ । ଏହି ପୂର୍ଣ୍ଣିମା ତିଥିରେ ସୂର୍ଯ୍ୟ ଉଦୟ ସମୟରେ ସ୍ନାନ ଓ ଦାନ କରିବାରର ମହତ୍ତ୍ୱ କୁହାଯାଇଛି ଏବଂ ଏଥର ପୂର୍ଣ୍ଣିମା ତିଥିର ସୂର୍ଯ୍ୟ ଉଦୟ ସୋମବାର ହେବ । ସେଥିପାଇଁ ସ୍ନାନ ଓ ଦାନର ପୂର୍ଣ୍ଣିମା ନଭେମ୍ବର ୨୭ରେ ପାଳନ କରାଯିବ ।

ପୂର୍ଣ୍ଣିମା ଦିନ ସ୍ନାନ ଓ ଦାନର ମହତ୍ତ୍ୱ :
କୁହାଯାଏ ଯେ ପୂର୍ଣ୍ଣିମା ଦିନ ଶ୍ରୀ ହରି ବିଷ୍ଣୁ ନିଜେ ଗଙ୍ଗାରେ ରୁହନ୍ତି । ବିଶ୍ୱାସ କରାଯାଏ ଯେ ପୂର୍ଣ୍ଣିମା ଦିନ ଦିଆଯାଇଥିବା ଦାନ ଦକ୍ଷୀଣାର ଶୁଭ ଫଳ ଆଗକୁ ଯାଇ ଆମକୁ ମିଳିଥାଏ । ତେବେ ପୂର୍ଣ୍ଣିମା ଦିନ ସ୍ନାନ କରିବା ପରେ ତେଲ, ଗୁଡ, ତୁଳା, ଘିଅ, ଫଳ, ଅନ୍ନ, କମ୍ବଳ, ବସ୍ତ୍ର ଆଦି ଦାନ କରିବା ଉଚିତ । ଏହା ସହିତ ଜଣେ ଅଭାଗୀ ଲୋକକୁ ଖାଦ୍ୟ ଖୁଆଇବା ଉଚିତ । ଶାସ୍ତ୍ରରେ ଏହି ଦିନରେ ସବୁଠାରୁ ଅଧିକ ଗଙ୍ଗାରେ ସ୍ନାନ ଓ ଦାନ କରିବା ବିଷୟରେ ଅଧିକ ଉଲ୍ଲେଖ ରହିଛି । ଏହା ସହ ଗାୟତୀ ମନ୍ତ୍ର ମଧ୍ୟ ଜପ କରିବା ଉଚିତ ।ନଭେମ୍ବର ୨୬ରେ ତ୍ରିପୁରୀ ପୂର୍ଣ୍ଣିମା ପାଳନ କରାଯାଏ । ବିଶ୍ୱାସ କରାଯାଏ ଯେ ଏହି ଦିନ ଭଗବାନ ଶିବ ଦେବତାମାନଙ୍କର ପ୍ରାର୍ଥନା ଶୁଣିବା ପରେ ତ୍ରିପୁରାସୁରାର ନାମକ ଅତ୍ୟାଚାରି ରାକ୍ଷାସ ଠାରୁ ସମସ୍ତଙ୍କୁ ରକ୍ଷା କରିଥିଲେ । ଏହି କାରଣରୁ ସେହିଦିନ ଆନନ୍ଦରେ ଦେବତାମାନେ ଦୀପ ପ୍ରଜ୍ୱଳନ କରି ଏହି ଦିନକୁ ଦେବ ଦୀପାବଳି ଭାବେ ପାଳନ କରିଥିଲେ । ଉତ୍ତରପ୍ରଦେଶରେ ଅଧିକାଂଶ ଲୋକ ଦେବ ଦୀପାବଳିର ଏହି ପର୍ବ ଉତ୍ସାହରେ ପାଳନ କରିଥାନ୍ତି । ଏହି ଦିନ ଗଙ୍ଗା ଏବଂ କାଶୀ ନଦୀର ବିଭିନ୍ନ କୂଳରେ ଅଗଣିତ ମାଟି ଦୀପ ଜଳାଯାଇ । ପୂର୍ଣ୍ଣିମା ଦିନ ଅନେକ ନଦୀର ଘାଟରେ ଡଙ୍ଗାଗୁଡ଼ିକ ସଜାଯାଇ ନଦୀରେ ଭସାଯାଏ ।ଏହା ସହ ଏପରି ମଧ୍ୟ କୁହାଯାଏ ଯେ ଆଜି ଦେବତାମାନେ ପୃଥିବୀରେ ପହଞ୍ଚନ୍ତି ଏବଂ ସେମାନଙ୍କୁ ସ୍ୱାଗତ କରିବା ପାଇଁ ଦୀପ ଜଳାଯାଏ । ଶାସ୍ତ୍ର ଅନୁଯାୟୀ ଆଜି ସନ୍ଧ୍ୟାରେ ଶିବ ମନ୍ଦିରରେ ଦୀପ ଜଳାଯାଏ । ଶିବ ମନ୍ଦିର ବ୍ୟତୀତ ଅନ୍ୟ ମନ୍ଦିର, ଓସ୍ତ ଗଛ ଏବଂ ତୁଳସୀ ଗଛ ତଳେ ଦୀପ ଜଳାଯାଏ । ଦୀପ ଜାଳିବା ସହିତ ଭଗବାନ ଶିବଙ୍କୁ ପୂଜା କରିବା ସହ ଅଭିଷେକ କରିବାର ଏକ ପରମ୍ପରା ରହିଛି । ଏପରି କରିବା ଦ୍ୱାରା ଜଣେ ବ୍ୟକ୍ତି ଜ୍ଞାନ ଏବଂ ଧନ ଲାଭ କରିପାରେ । ଏହା ବ୍ୟତୀତ ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ଆୟୁଷ ମଧ୍ୟ ବଢିଥାଏ ।