ଶୀତରେ ଆକ୍ରାନ୍ତ କରୁଛି ଥଣ୍ଡା, ଜ୍ୱର, କାଶ ସମସ୍ୟା?

ମୁକ୍ତି ପାଇବାର ଆୟୁର୍ବେଦ ଉପାୟ 

ଶୀତ ଦିନରେ ଥଣ୍ଡା ବଢ଼ିବା ସହ ବଢ଼ିବାରେ ଲାଗିଛି, ଜ୍ୱର ଓ ଥଣ୍ଡା ରୋଗୀଙ୍କ ସଂଖ୍ୟା । ଏଥିରୁ ମୁକ୍ତି ପାଇଁ ରୋଗୀ ଏଲେପାଥିକ୍ ଔଷଧ ଆଣି ଖାଉଛନ୍ତି । କାଶରୁ ମୁକ୍ତି ପାଇବା ପାଇଁ ଶିରପ ଖାଉଛନ୍ତି । ହେଲେ, ବାଡିରେ ଥିବା ତୁଳସୀ ପତ୍ର, ଅଁଳା, ତେଜପତ୍ର ଭଳି ଔଷଧିୟ ଗଛକୁ ଗୁରୁତ୍ୱ ଦେଇନଥାଉ । କିନ୍ତୁ ଏସବୁର ବ୍ୟବହାର ଦ୍ୱାରା ଥଣ୍ଡା, ଜ୍ୱର, କାଶ ଭଳି ରୋଗରୁ ଅନେକ ମାତ୍ରାରେ ଉପଶମ ମିଳିଥାଏ । ତୁଳସୀ ପତ୍ରର ରସ ବ୍ୟବହାର କେବଳ ଥଣ୍ଡା ଜ୍ୱର ନୁହେଁ, ଶୀତ ଦିନରେ ଆଂଠୁ ଗଣ୍ଠି ସମସ୍ୟା ମଧ୍ୟ ବଢ଼ି ଯାଇଥାଏ । ଯେଉଁମାନଙ୍କର ଆଣ୍ଠୁଗଣ୍ଠି ସମସ୍ୟା ରହିଛି,ଶୀତଦିନରେ ସେମାନେ ଯନ୍ତ୍ରଣା ଭୋଗିଥାନ୍ତି । ତେବେ ଆୟୁର୍ବେଦରେ ଏହାର ଉପଚାର ରହିଛି । ଆୟୁର୍ବେଦ ପଦ୍ଧତିରେ ବିଭିନ୍ନ ଚେରମୂଳରୁ ପ୍ରସ୍ତୁତ, ଔଷଧ ଓ ତେଲ ବ୍ୟବହାର ଦ୍ୱାରା ଆଠୁ ଗଣ୍ଠି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି କହିଛନ୍ତି ଆୟୁର୍ବେଦ ବିଶେଷଜ୍ଞ ।ଏଥିସହ ଶୀତ ଦିନ ଆସିଲେ ଲୋକମାନେ ବିଭିନ୍ନ ପ୍ରକାର ଚର୍ମ ରୋଗରେ ପୀଡିତ ହୋଇଥାନ୍ତି । ଯାହାର ଘରୋଇ ଉପଚାର ରହିଛି ।