ଭଦ୍ରକ ବିଧାନସଭା କ୍ଷେତ୍ରରୁ ବିଜେଡି-ବିଜେପି ଓ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ, ତାକୁ ନେଇ ମାନସମନ୍ଥନ ଆରମ୍ଭ ହୋଇଗଲାଣି। ବିଶେଷ କରି ତିନି ପ୍ରମୁଖ ଦଳ ମଧ୍ୟରୁ ଶାସକ ବିଜେଡି ଉପରେ ସମସ୍ତଙ୍କର ନଜର ରହିଛି। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକୁ ନେଇ ଭୋଟର୍ ବିଜେଡି ମୁହାଁ ହୋଇଥିବା ବେଳେ ବିଜେଡିରୁ ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଛି। ୨୦୦୯ଠାରୁ ଭଦ୍ରକ ବିଧାନସଭା ଆସନ ବିଜେଡି ଦଖଲରେ ରହିଆସିଛି। ବିଜେଡିର ସଂଗଠନ ଅନ୍ୟ ଦଳଠାରୁ ମଜ୍ବୁତ ଥିଲେ ମଧ୍ୟ ଦଳ ଭିତରେ ଗୋଷ୍ଠୀ କନ୍ଦଳ କିଛି କମ୍ ନୁହେଁ। ଅନେକ ଯୁବନେତା ଏଥର ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି। ଆଶାୟୀଙ୍କ ତାଲିକା ବଢି ଚାଲିଥିବା ବେଳେ ଭଦ୍ରକ ଆସନକୁ ପୁଣି କେମିତି କରାୟତ୍ତ କରାଯିବ, ସେ ନେଇ ଦଳ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି। ତେବେ ସଂଖ୍ୟାଧିକ ଆଶାୟୀ ନେତା ବିଜେଡି ପାଇଁ ଅଡୁଆ ସୃଷ୍ଟି କରିପାରନ୍ତି। ୨୦୦୯ରୁ ୨୦୧୪ ଦୁଇଟି ସାଧାରଣ ନିର୍ବାଚନରେ ବିଜେଡିରୁ ଯୁଗଳ କିଶୋର ପଟ୍ଟନାୟକ ବିଧାୟକ ହୋଇଥିଲେ। ମାତ୍ର ୨୦୧୯ ସାଧାରଣ ନିର୍ବାଚନରେ ଯୁଗଳ ପଟ୍ଟନାୟକ ଆଉ ନିର୍ବାଚନ ଲଢିବେନି ବୋଲି ମନା କରିବା ପରେ ତାଙ୍କ ପୁଅ ଅସିତ ପଟ୍ଟନାୟକଙ୍କୁ ଏହି ଆସନରୁ ପ୍ରାର୍ଥୀ କରିବା ପାଇଁ ଚାହିଥିଲେ। ମାତ୍ର ଦଳ ନୂଆ ମୁହଁ ଭାବେ ଯୁବନେତା ସଞ୍ଜୀବ ମଲ୍ଲିକଙ୍କୁ ଟିକଟ୍ ଦେଇଥିଲା। ନବାଗତ ସଞ୍ଜୀବ ୩୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଡାକ୍ତର ପ୍ରଦୀପ ନାୟକଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post