ବରଗଡ଼ : ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆସନ୍ତା ଜାନୁଆରୀ ୧୫ରେ ଆରମ୍ଭ ହେବ । ଏହା ୧୧ଦିନ ପର୍ଯ୍ୟନ୍ତ ଚାଲିବ। ଗୋପପୁର ଯାତ୍ରାରେ ଗତ ବର୍ଷ ହୋଇଥିବା ଖର୍ଚ୍ଚ ଅଟକଳ ନେଇ ସଭାରେ ଆରୋପ ପ୍ରତ୍ୟାରୋପ ହୋଇଥିଲା। ମହୋତ୍ସବ ଆୟୋଜନ କମିଟି ମିଥ୍ୟା ବିଲ ଭାଉଚର ଦେଇ ଟଙ୍କା ଉଠାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଜିଲାପାଳ ଗୁରୁତ୍ୱର ସହ ଗ୍ରହଣ କରି ପୁରୁଣା ଆୟୋଜନ କମିଟିକୁ ଭାଙ୍ଗି ନୂଆ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ କରି ଆବଶ୍ୟକ ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି। ଧନୁଯାତ୍ରାର ଆର୍ଥିକ ସ୍ୱଚ୍ଚଳତା ପ୍ରତି ଧ୍ୟାନ ଦେବା ସହ ଯାତ୍ରାର ଗାରିମା ବୃଦ୍ଧି ପାଇଁ ପୁରୁଣା କମିଟିର ପୁନର୍ଗଠନ କରିବାକୁ ପ୍ରସ୍ତାବ ଆସିଛି। ଧନୁଯାତ୍ରା ଆୟୋଜନ କମିଟିର ଯେଉଁ ସଦସ୍ୟମାନେ ପ୍ରାଣ ହରାଇ ସାରିଲେଣି ସେମାନଙ୍କ ନାମ ଏବେ ମଧ୍ୟ କମିଟିରେ ଥିବାରୁ ଏହାକୁ ସଂଶୋଧନ କରି ଅଧିକ ଦକ୍ଷ କମିଟି ଗଠନ କରାଯାଉ ବୋଲି ପ୍ରସ୍ତାବ ଦିଆଯାଇଛି। ଯାତ୍ରାର ମାନବୃଦ୍ଧି ପାଇଁ ନୂଆ କଳାକାର ଚୟନ ଓ ନୂଆ କମିଟି ଗଠନ ଜରୁରୀ ବୋଲି ମତପ୍ରକାଶ ପାଇଛି।
Trending
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା