ହାଇ ହିଲ୍ ପିନ୍ଧିଲେ ଆମେ ଯେତେ ସୁନ୍ଦର ଦେଖାଯାଉନା କାହିଁକି, ବେଳେବେଳେ ଏହି ହାଇ ହିଲ୍ ଆମ ପାଦକୁ ବହୁତ କଷ୍ଟ ଦେଇଥାଏ । ପ୍ରକୃତରେ ଆମ ପାଦ ପାଇଁ ସେହି ଚପଲ ଠିକ୍ ହୋଇଥାଏ, ଯେଉଁ ଚପଲକୁ ପିନ୍ଧିଲେ ଆମ ପାଦକୁ ଆରାମ ମିଳିଥାଏ । କିନ୍ତୁ ଆପଣମାନେ ଏହା ଜାଣିଛନ୍ତି କି ହାଇ ହିଲ୍ ପିନ୍ଧିଲେ ଆମ ପାଦ ହିଲ୍ରେ ଠିକ୍ ଭାବେ ରହିନଥାଏ, ଏବଂ ଏଥିପାଇଁ ଆମ ପାଦରେ ବହୁତ ଯନ୍ତ୍ରଣା ହୋଇଥାଏ । ଏପରି ପରିସ୍ଥିତିରେ ହାଡ଼ର ଆକୃତି ଖରାପ ହୋଇପାରେ ଏବଂ ଅନେକ ପ୍ରକାରର ସମସ୍ୟା ଦେଖାଦେଇପାରେ । ଯେପରି ପାଦ ବହୁତ ଖରାପ ଦେଖା ଯିବାକୁ ଲାଗିଥାଏ । ସେଥିପାଇଁ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି କଥା ଜଣାଇବୁ, ଯେ ହାଇ ହିଲ୍ ପିନ୍ଧିବା ଦ୍ୱାରା କ’ଣ କ୍ଷତି ହୋଇଥାଏ ଓ କିଭଳି ରୋଗ ହୋଇଥାଏ ।ହାଇ ହିଲ୍ ପିନ୍ଧିବା ଦ୍ୱାରା ଅନେକ ଅସୁବିଧା ମଧ୍ୟ ହୋଇପାରେ । ଯେପରି ଏହା ରିମାଟଏଡ୍ ଆର୍ଥ୍ରାଇଟିସ୍ ସୃଷ୍ଟି କରିପାରେ । ସେହିଭଳି ଭାବେ ଆଙ୍ଗୁଠିର ଆକୃତି ଏବଂ ପାଦର ଆକାରର ଗଠନକୁ ପ୍ରଭାବିତ କରେ । ଏହା ଦ୍ୱାରା ଏପରି ମଧ୍ୟ ସମସ୍ୟା ହୋଇଥାଏ, ଯେପରି ଆମ ପାଦର ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ସହ ଲିଗିଲା ଭଳି ଦେଖା ଯିବାକୁ ଲାଗିଥାଏ । ଏହା ବ୍ୟତୀତ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ମଧ୍ୟ ହୋଇପାରେ । ଆଙ୍କଲେ ମଧ୍ୟ ସ୍ପ୍ରେଡ୍ ହୋଇପାରେ । ଏପରି ମଧ୍ୟ ହୋଇଥାଏ ଆମ ପାଦ ଖରାପ ମଧ୍ୟ ଦେଖା ଯିବାକୁ ଲାଗିଥାଏ । ତେଣୁ ଏହି ସମସ୍ତ କାରଣ ପାଇଁ ଆପଣ ହାଇ ହିଲ୍ ପିନ୍ଧିବା ଠାରୁ ଦୂରେଇ ରହିବା ଉଚିତ୍ ।
Trending
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
Prev Post