ହାଇ ହିଲ୍ ପିନ୍ଧିଲେ ଆମେ ଯେତେ ସୁନ୍ଦର ଦେଖାଯାଉନା କାହିଁକି, ବେଳେବେଳେ ଏହି ହାଇ ହିଲ୍ ଆମ ପାଦକୁ ବହୁତ କଷ୍ଟ ଦେଇଥାଏ । ପ୍ରକୃତରେ ଆମ ପାଦ ପାଇଁ ସେହି ଚପଲ ଠିକ୍ ହୋଇଥାଏ, ଯେଉଁ ଚପଲକୁ ପିନ୍ଧିଲେ ଆମ ପାଦକୁ ଆରାମ ମିଳିଥାଏ । କିନ୍ତୁ ଆପଣମାନେ ଏହା ଜାଣିଛନ୍ତି କି ହାଇ ହିଲ୍ ପିନ୍ଧିଲେ ଆମ ପାଦ ହିଲ୍ରେ ଠିକ୍ ଭାବେ ରହିନଥାଏ, ଏବଂ ଏଥିପାଇଁ ଆମ ପାଦରେ ବହୁତ ଯନ୍ତ୍ରଣା ହୋଇଥାଏ । ଏପରି ପରିସ୍ଥିତିରେ ହାଡ଼ର ଆକୃତି ଖରାପ ହୋଇପାରେ ଏବଂ ଅନେକ ପ୍ରକାରର ସମସ୍ୟା ଦେଖାଦେଇପାରେ । ଯେପରି ପାଦ ବହୁତ ଖରାପ ଦେଖା ଯିବାକୁ ଲାଗିଥାଏ । ସେଥିପାଇଁ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି କଥା ଜଣାଇବୁ, ଯେ ହାଇ ହିଲ୍ ପିନ୍ଧିବା ଦ୍ୱାରା କ’ଣ କ୍ଷତି ହୋଇଥାଏ ଓ କିଭଳି ରୋଗ ହୋଇଥାଏ ।ହାଇ ହିଲ୍ ପିନ୍ଧିବା ଦ୍ୱାରା ଅନେକ ଅସୁବିଧା ମଧ୍ୟ ହୋଇପାରେ । ଯେପରି ଏହା ରିମାଟଏଡ୍ ଆର୍ଥ୍ରାଇଟିସ୍ ସୃଷ୍ଟି କରିପାରେ । ସେହିଭଳି ଭାବେ ଆଙ୍ଗୁଠିର ଆକୃତି ଏବଂ ପାଦର ଆକାରର ଗଠନକୁ ପ୍ରଭାବିତ କରେ । ଏହା ଦ୍ୱାରା ଏପରି ମଧ୍ୟ ସମସ୍ୟା ହୋଇଥାଏ, ଯେପରି ଆମ ପାଦର ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ସହ ଲିଗିଲା ଭଳି ଦେଖା ଯିବାକୁ ଲାଗିଥାଏ । ଏହା ବ୍ୟତୀତ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ମଧ୍ୟ ହୋଇପାରେ । ଆଙ୍କଲେ ମଧ୍ୟ ସ୍ପ୍ରେଡ୍ ହୋଇପାରେ । ଏପରି ମଧ୍ୟ ହୋଇଥାଏ ଆମ ପାଦ ଖରାପ ମଧ୍ୟ ଦେଖା ଯିବାକୁ ଲାଗିଥାଏ । ତେଣୁ ଏହି ସମସ୍ତ କାରଣ ପାଇଁ ଆପଣ ହାଇ ହିଲ୍ ପିନ୍ଧିବା ଠାରୁ ଦୂରେଇ ରହିବା ଉଚିତ୍ ।
Trending
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ
Prev Post