ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନୂଆ ଗାଇଡଲାଇନ୍ସ ଜାରି କରାଯାଇଛି ।ୟୁଜିସି ମୁତାବକ, ଏଣିକି ଚାରି ବର୍ଷିଆ ୟୁଜି ଡିଗ୍ରୀ ନେଇଥିବା ଛାତ୍ରଛାତ୍ରୀମାନେ ଏକ ବର୍ଷିଆ ପିଜି କୋର୍ସ କରିପାରିବେ । ସେଥିପାଇଁ ଛାତ୍ରଛାତ୍ରୀଙ୍କୁ କୋର୍ସ ମୋଡ଼ ଓ ବିଷୟ ବାଛିବାର ବିକଳ୍ପ ମିଳିବ । ପୋଷ୍ଟ ଗ୍ରାଜୁଏସନ କୋର୍ସ ପାଇଁ ୟୁଜିସି ପକ୍ଷରୁ ଏକ ନୂଆ ସିଲାବସ୍ ଲଞ୍ଚ କରାଯିବ । ଏହି କୋର୍ସ ପାଇଁ ୟୁଜିସି ପକ୍ଷରୁ ନୂଆ ଫ୍ରେମୱାର୍କ ପ୍ରସ୍ତୁତ କରାଯାଇଥିବା ବେଳେ ଚଳିତ ମାସରେ ଏହାକୁ ଆରମ୍ଭ ପାଇଁ ୟୁଜିସି ଅନୁମୋଦନ ପ୍ରଦାନ କରିଛି । ଏଥିସହିତ ଏହି ପ୍ରସଙ୍ଗରେ ବିଭିନ୍ନ ହିତାକାଂକ୍ଷୀଙ୍କଠାରୁ ପ୍ରତିକ୍ରିୟା ଗ୍ରହଣ ନେଇ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି ।ଯଦି କୌଣସି ଛାତ୍ରଛାତ୍ରୀ ଏକ ବର୍ଷ ପାଠପଢ଼ା ସମାପ୍ତ କରିବା ପରେ ପାଠପଢ଼ା ଛାଡ଼ିବାକୁ ଚାହିଁବେ ତେବେ ଏନଇପି-୨୦୨୦ରେ ଏନେଇ ପିଜି ଡିପ୍ଲୋମାର ବିକଳ୍ପ ରହିଛି । ମାତ୍ର ଏବେ ୪ ବର୍ଷିଆ ଡିଗ୍ରୀ ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ପିଜି କୋର୍ସ ଏକ ବର୍ଷର ହେବ । ଏଥିସହିତ ତିନି ବର୍ଷିଆ ଡିଗ୍ରୀ କୋର୍ସ ପାସ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ବର୍ଷିଆ ପିଜି କୋର୍ସ ଜାରି ରହିବ । ଗ୍ରାଜୁଏସନ କୋର୍ସ ପାଇଁ ଅଧ୍ୟୟନ କରିଥିବା କୌଣସି ବିଷୟକୁ ଛାତ୍ରଛାତ୍ରୀ ପିଜିର ବିକଳ୍ପ ଭାବେ ବାଛି ପାରିବେ । ଯେଉଁମାନେ ମେଜର ଓ ମାଇନର ସହିତ ୟୁଜି କୋର୍ସ ପାସ କରିଥିବେ, ସେମାନେ ମାଷ୍ଟର୍ସ ପ୍ରୋଗ୍ରାମରେ ମେଜର ବା ମାଇନର ବିଷୟ ବାଛି ପାରିବେ । ଶିକ୍ଷାର୍ଥୀଙ୍କୁ ନିଜ ନିଜ ପସନ୍ଦର ବିଷୟ ବାଛିବାର ସୁଯୋଗ ମିଳିବ ବୋଲି ଗାଇଡଲାଇନ୍ସରେ କୁହାଯାଇଛି । ଏକ ବର୍ଷ ପରେ ପାଠ ଛାଡ଼ିବାକୁ ଚାହିଁଲେ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post