ନୂତନ ବର୍ଷର ଅଭିନନ୍ଦନ

ନୂତନ ବର୍ଷର ଅଭିନନ୍ଦନ

ମେଟ୍ରୋ ଟିଭି ବ୍ୟୁରୋ,୧/୧:ନୂଆ ବର୍ଷର ନୂଆ ସକାଳ ଆପଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ମେଟ୍ରୋ ପରିବାର । ନୂଆ ବର୍ଷର ଆରମ୍ଭ ଆପଣଙ୍କ ଜୀବନକୁ ସୁଖ ଓ ଶାନ୍ତିରେ ଭରିଦଉ । କିଛି ସ୍ଥାନରେ କୋହଲା ଓ ଆଉ କିଛି ସ୍ଥାନରେ ଖରାରେ ଏଇ ନୂଆ ବର୍ଷର ସକାଳ । ଆସନ୍ତୁ ସମସ୍ତେ କୋଭିଡ ନିୟମ ଓ କଟକଣାକୁ ମାନି ନୂଆ ବର୍ଷକୁ ଆରମ୍ଭ କରିବାକୁ ଅନୁରୋଧ୍ୟ ।
ଏହି ନୂଆ ବର୍ଷର ଆରମ୍ବ ପୂର୍ବ ରାତିରେ ନା ଥିଲା ଚିକ୍‌ିମିକ୍ ଲାଇଟ ନା ଶୁଭୁଥିଲା କେଳାହଳ । ସବୁ ଉତ୍ସାହ ଓ ଉତ୍କଣ୍ଠା ଉପରେ ରୋକ ଲଗାଇଥିଲା ଓମିକ୍ରନ କଟକଣା । ରାଜଧାନୀରେ ରଙ୍ଗହୀନ ହୋଇଥିଲା ଜିରୋ ନାଇଟ ।୭ଘଣ୍ଟିଆ କର୍ଫୁ ସହ ପୋଲିସ ସାଇରନ ସମସ୍ତଙ୍କୁ ସତର୍କ କରାଉଥିଲା । ହୋଟେଲ,ବଜାର ଉପରେ ପୋଲିସର ଚଢାଉ ଜାରି ଥିଲା । ଏହି ସବୁ ଭିତରେ ରାତି ସରି ନୂଆ ସକାଳର ସୂର୍ଯ୍ୟ ଆସିଲେ ନୂଆ ବର୍ଷକୁ ନେଇ । ଇଂରାଜୀର ଏହି ନବ ବର୍ଷ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।