ବିଶ୍ୱକପ୍ ପାଇଁ ରବିବାର ମହାମୁକାବିଲା। ଏହି ସମୟରେ ପ୍ରଦର୍ଶିତ ହେବ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ’। ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ଏୟାର ଶୋ’ କରିବେ।ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ ମ୍ୟାଚ୍ ଖେଳାଯିବା ପୂର୍ବରୁ ମୋଟେରାରେ ଏହି ଦଳ ୧୦ ମିନିଟ୍ ଧରି ଏୟାର ଶୋ’ ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରିବେ। ଏଥିପାଇଁ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଅଭ୍ୟାସ କରାଯିବ। ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ୯ଟି ଏୟାରକ୍ରାଫ୍ଟ ସହ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିଛନ୍ତି।ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୧୯ରେ କ୍ରିକେଟ୍ ବିଶ୍ୱକପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଭାରତ ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ସେପଟେ ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକା ଟିମ୍କୁ ପରାସ୍ତ କରି ଅଷ୍ଟ୍ରେଲିଆ ଫାଇନାଲ୍ରେ ପହଞ୍ଚିଛି।ମିଡିଆ ରିପୋର୍ଟ ମୁତାବକ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଷ୍ଟାଡିୟମ୍ରେ ଉପସ୍ଥିତ ରହି ଭାରତୀୟ ଟିମ୍ର ମନୋବଳ ବଢ଼ାଇବେ।
Trending
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
Prev Post
Next Post