ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଲ୍ମ writing with fire
ମେଟ୍ରୋ ଟିଭି ଓଡିଶା,୧୧/୨ : ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଲ୍ମ writing with fire’ ଶ୍ରେଷ୍ଠ ଫିଚର୍ ଫିଲ୍ମ ଭାବେ ଓସ୍କାର ପାଇଁ ମନୋନୀତ କରାଯାଇଛି। ଦଳିତ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଭାରତର ଏକମାତ୍ର ଖବରକାଗଜ ଲହରିୟା ନିଉଜ୍ ପେପର ଉପରେ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ କରାଯାଇଛି। ଏକାଡେମୀ ପୁରସ୍କାରର ୯୪ ତମ ଏଡିସନ ପାଇଁ ଏହି ଭାରତୀୟ ଡକ୍ୟୁମେଣ୍ଟାରୀକୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ବର୍ଗରେ ମନୋନୀତ କରାଯାଇଛି।
source-instagram,rintuthomas,oscarnominee
ଗତ ମଙ୍ଗଳବାର ସନ୍ଧ୍ୟାରେ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସର ଟ୍ୱିଟର ପେଜ୍ ମାଧ୍ୟମରେ ଟ୍ରାସି ଏଲିସ୍ ରସ୍ ଏବଂ ଲେସଲି ଜୋର୍ଡାନଙ୍କ ଦ୍ୱାରା ଓସ୍କାର ପାଇଁ ଫିଲ୍ମ ନାମ ଗୁଡ଼ିକ ଘୋଷଣା କରାଯାଇଥିଲା। ରିଣ୍ଟୁ ଥୋମାସ୍ ଏବଂ ସୁସ୍ମିତ ଘୋଷଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି writing with fire ଫିଲ୍ମ । ତେବେ ଏହା ସେମାନଙ୍କ ପ୍ରଥମ ଫିଲ୍ମ। ଦଳିତ ମହିଳାଙ୍କ ଦ୍ୱାରା ପରିଚାଳିତ ଭାରତର ଏକମାତ୍ର ଖବରକାଗଜ ଲାହରିଆ ଓ ଦଳିତ ମହିଳାଙ୍କ ସଂଘର୍ଷ ବିଷୟରେ ହୋଇଛି ଫିଲ୍ମର କାହାଣୀ।
source-instagram,rintuthomas,oscarnominee
ସୂଚନା ଅନୁସାରେ,ଏହି ଡକ୍ୟୁମେଣ୍ଟାରି ଫିଲ୍ମ ଓସ୍କାର ପାଇଁ ସିଲେକ୍ଟ ହେବା ପରେ ନିର୍ଦ୍ଦେଶିକା ରିଣ୍ଟୁ ଥୋମାସ ଆମେ ବହୁତ ଖୁସି ହୋଇଯାଇଥିଲେ ଓ କହିଥିଲେ ଏହା ଆମ ଭାରତୀୟ ସିନେମା ପାଇଁ ଏକ ବିରାଟ ମୁହୂର୍ତ୍ତ । ଏହି ଚଳଚ୍ଚିତ୍ରରେ ନିର୍ଭୟରେ କାମ କରୁଥିବା ଦଳିତ ମହିଳା ସାମ୍ବାଦିକଙ୍କ ଉପରେ କରାଯାଇଛି।ଯାହାକି ଆଧୁନିକ ଭାରତୀୟ ମହିଳାଙ୍କ କାହାଣୀକୁ ଶକ୍ତିଶାଳୀ ଭାବରେ ଦର୍ଶାଉଛି। ତେବେ ନିଜ ଟ୍ୱିଟରରେ ମଧ୍ୟ ସେ ଫିଲ୍ମର ଫଟୋ ପୋଷ୍ଟ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି। କାରଣ ଏହି ଫିଲ୍ମ ୨୦୨୨ ର ଓସ୍କାରରେ ଯାଇଥିବା ଶ୍ରେଷ୍ଠ ଚଳଚ୍ଚିତ୍ର ।
ରିଣ୍ଟୁ ଥୋମାସ ତାଙ୍କର ଓ ତାଙ୍କ ସହ ନିର୍ଦ୍ଦେଶକଙ୍କ ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି। ତେବେ ମାର୍ଚ୍ଚ ୨୭ ରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।