ଆଜି ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜନସ୍ଵାସ୍ଥ୍ୟ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ।ଘରୁ ମିଳିଲା ବିଡ଼ା ବିଡ଼ା ନୋଟ୍। ଜବତ ହୋଇଛି ୨ ଲକ୍ଷ ୧୬ ହଜାର ଟଙ୍କା ନଗଦ କ୍ୟାସ । ୬୫ ଲକ୍ଷର EPF ରେ ଜମା ରାଶି ରହିଛି। ୨ଟି ବାଇକ ଓ କାର ମଧ୍ୟ ଜବତ କରିଛି ଭିଜିଲାନ୍ସ। ବାବୁଙ୍କ ସଉକ ଥିଲା ରାସ୍ତା ସାଇଡ ଜମି କିଣିବା ଓ ବଡ ବଡ ଘର କରିବା। ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜନସ୍ଵାସ୍ଥ୍ୟ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ। ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ଘରେ ରେଡ୍। ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ। ଭୁବନେଶ୍ବର ଅଫିସ ସମେତ ୪ଟି ସ୍ଥାନରେ ରେଡ୍ କରାଯାଉଛି। ଭୁବନେଶ୍ବର VSS ନଗର ଓ ରୁଦ୍ରପୁରରେ ରହିଛି କୋଠା। ଉନ୍ନତି ଭବନରେ ଥିବା EIC ଙ୍କ ଅଫିସ ଭିତରେ ବି ଚାଲିଛି ରେଡ଼ । ଭଦ୍ରକ ମଠସାହିସ୍ଥିତ ଘର ଓ ପୈତୃକ ଗାଁ ତୋରଣପଡ଼ା ଘରେ ମଧ୍ୟ ଚଢାଉ ଚାଲିଛି। ଚଢ଼ାଉରେ ୭ DSP, ୫ ଇନସ୍ପେକ୍ଟର ଓ ୮ ASI ସାମିଲ ଅଛନ୍ତି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post