ଆଜି ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜନସ୍ଵାସ୍ଥ୍ୟ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ।ଘରୁ ମିଳିଲା ବିଡ଼ା ବିଡ଼ା ନୋଟ୍। ଜବତ ହୋଇଛି ୨ ଲକ୍ଷ ୧୬ ହଜାର ଟଙ୍କା ନଗଦ କ୍ୟାସ । ୬୫ ଲକ୍ଷର EPF ରେ ଜମା ରାଶି ରହିଛି। ୨ଟି ବାଇକ ଓ କାର ମଧ୍ୟ ଜବତ କରିଛି ଭିଜିଲାନ୍ସ। ବାବୁଙ୍କ ସଉକ ଥିଲା ରାସ୍ତା ସାଇଡ ଜମି କିଣିବା ଓ ବଡ ବଡ ଘର କରିବା। ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜନସ୍ଵାସ୍ଥ୍ୟ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ। ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ଘରେ ରେଡ୍। ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ। ଭୁବନେଶ୍ବର ଅଫିସ ସମେତ ୪ଟି ସ୍ଥାନରେ ରେଡ୍ କରାଯାଉଛି। ଭୁବନେଶ୍ବର VSS ନଗର ଓ ରୁଦ୍ରପୁରରେ ରହିଛି କୋଠା। ଉନ୍ନତି ଭବନରେ ଥିବା EIC ଙ୍କ ଅଫିସ ଭିତରେ ବି ଚାଲିଛି ରେଡ଼ । ଭଦ୍ରକ ମଠସାହିସ୍ଥିତ ଘର ଓ ପୈତୃକ ଗାଁ ତୋରଣପଡ଼ା ଘରେ ମଧ୍ୟ ଚଢାଉ ଚାଲିଛି। ଚଢ଼ାଉରେ ୭ DSP, ୫ ଇନସ୍ପେକ୍ଟର ଓ ୮ ASI ସାମିଲ ଅଛନ୍ତି।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post