ଭୁବନେଶ୍ବର: ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ୨୧ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି । ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ୧୮ଟି ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଥିବା ଜଣାପଡିଛି। ହିମାଚଳ ପ୍ରଦେଶ କ୍ରାଇମବ୍ରାଂଚର ଅଭିଯୋଗ ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭୁବନେଶ୍ୱରର ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଏହି ସମ୍ପତ୍ତିକୁ ଜବତ କରାଯାଇଛି । ହିମାଚଳ ପ୍ରଦେଶର କମ୍ପାନୀ ମେସର୍ସ ଇଣ୍ଡିଆନ ଟେକ୍ନୋମାକ୍ କମ୍ପାନୀ ଲିଃ(ଆଇଟିସିଓଏଲ) ବ୍ୟାଙ୍କ ଋଣ ଅର୍ଥରେ ଜାଲିଆତି କରିବା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ବ୍ୟାଙ୍କ ଅଫ ଇଣ୍ଡିଆରୁ ୨୦୦୯ରୁ ୨୦୧୩ ମସିହା ମଧ୍ୟରେ ଜାଲିଆତି କରି ଆଇଟିସିଓଏଲ୍ କମ୍ପାନୀ ଆଣିଥିବା ଋଣ ଅର୍ଥକୁ ବେଆଇନ ଭାବେ ନିଜର ଅନ୍ୟ କମ୍ପାନୀ ଓ ଓଡ଼ିଶାର ଅନମୋଲ୍ ଖଣି କମ୍ପାନୀ ସହ ଯୌଥ ଉଦ୍ୟୋଗ ମାଧ୍ୟମରେ ବିନିଯୋଗ କରିଥିବା ଜଣାପଡ଼ିଛି । ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲମିଟେଡର ବଡ଼ବିଲସ୍ଥିତ ୭ଟି ଜମି ଓ ଫ୍ଲାଟ୍ , ଖୋର୍ଦ୍ଧାରେ ୬ଟି ଜମି, କଟକରେ ଗୋଟିଏ ଆବାସିକ ଫ୍ଲାଟ୍ ଓ ଭୁବନେଶ୍ୱରରେ ୪ଟି ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି । ହିମାଚଳପ୍ରଦେଶ କମ୍ପାନୀ ଇଣ୍ଡିଆନ ଟେକ୍ନୋମେକ୍ କମ୍ପାନୀ ଲିଃ ଦ୍ୱାରା ବ୍ୟାଙ୍କ ଋଣ ଜାଲିଆତିରେ ସମ୍ପୃକ୍ତିକୁ ନେଇ ପ୍ରିଭେନସନ୍ ଅଫ ମନି ଲଣ୍ଡ୍ରିଂ ଆକ୍ଟ(ପିଏମଏଲଏ)-୨୦୦୨ର ପ୍ରାବଧାନ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗ୍ରହଣ କରିଛି।
Trending
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
Prev Post
Next Post