ସୁରକ୍ଷା ବାହିନୀର ମହିଳା ଅଧିକାରୀଙ୍କ ପରି ମହିଳା ସୈନିକମାନେ ମଧ୍ୟ ମାତୃତ୍ୱ, ଶିଶୁ ଯତ୍ନ ଏବଂ ପିଲାମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଛୁଟି ଏବଂ ଅନ୍ୟାନ୍ୟ ସୁବିଧା ଭଳି ସମାନ ସୁବିଧା ପାଇବେ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରସ୍ତାବର ଅନୁମୋଦନ ପରେ ମହିଳା ସୈନିକ, ମହିଳା ନାବିକ ଏବଂ ମହିଳା ବିମାନ କର୍ମଚାରୀମାନେ ମାତୃତ୍ୱ, ଶିଶୁ ଯତ୍ନ ଏବଂ ଶିଶୁ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସେମାନଙ୍କ ଅଧିକାରୀମାନଙ୍କ ପରି ଛୁଟି ଏବଂ ଅନ୍ୟାନ୍ୟ ସୁବିଧା ପାଇବେ।ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଏହି ପଦକ୍ଷେପ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ହୋଇଛି। ଯେଉଁଥିରେ ଏହି ସୁବିଧା ସୁରକ୍ଷା ବାହିନୀରେ ସମସ୍ତ ମହିଳାଙ୍କୁ ଯୋଗାଇ ଦେବାକୁ କୁହାଯାଇଛି।
Trending
- ଓଡ଼ିଶାରେ ଖୁବଶୀଘ୍ର ଏସଆଇଆର
- ଆଜି ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହିତ କଥା ହୋଇଛନ୍ତି ମୋଦୀ
- ରାଜ୍ୟରେ ବର୍ଷକୁ ୨୦୦୦ କୋଟିର ପ୍ରତିରକ୍ଷା ବ୍ୟବସାୟ ସୁଯୋଗ
- ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନଭୋଜି ବେଶ
- ସୁସ୍ଥ ହେଉଛନ୍ତି ନବୀନ
- ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି
- ଛତୁଆ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାକୁ ଆହୁରି ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ବାରୋପ କଲେ ମୁଖ୍ୟମନ୍ତ୍ରୀ
- ଆମେ କାହାର ପକ୍ଷ ନୁହେଁ, କାହାର ବିପକ୍ଷ ନୁହେଁ , ଆମେ ସମସ୍ତଙ୍କ ସମକକ୍ଷ
- ଟ୍ରାଫିକ ଜାମରୁ ମୁକ୍ତି ପାଇବ ଦିଲ୍ଲୀ-ଏନସିଆର
- ଭାରତ ଫେରିଲେ ଶୁଭାଂଶୁ ଶୁକ୍ଳା
Prev Post
Next Post