କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପାଳନ କରାଯାଇଥାଏ । ଧନତେରସକୁ ଧନତ୍ରୟୋଦଶୀ ବି କୁହନ୍ତି । ଏହିଦିନ ବିଭିନ୍ନ ପ୍ରକାର ସାମଗ୍ରୀ ଯେପରିକି ସୁନା ଗହଣା, ବାସନକୁସନ କିଣିବା ବହୁତ ଶୁଭ ମନେ କରାଯାଏ । ଏହି କ୍ରମରେ ଆସନ୍ତୁ ଜାଣିବା ଏଥର ଧନତେରସ କେବେ ପାଳନ କରିବେ ଓ ଏହିଦିନ ବାସନକୁସନ କିମ୍ବା ଗହଣା କିଣିବା କାହିଁକି ଶୁଭ ହୋଇଥାଏ ।ପୌରାଣିକ ମାନ୍ୟତା ଅନୁସାରେ ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା ସେତେବେଳେ ଏହା ମଧ୍ୟରୁ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ଧରି ପ୍ରକଟ ହୋଇଥିଲେ । ଭଗବାନ ଧନ୍ୱନ୍ତରୀଙ୍କୁ ବିଷ୍ଣୁ ଭଗବାନଙ୍କ ଅବତାର କୁହାଯାଏ । ଏହି କାରଣରୁ ଧନତେରସ ପର୍ବ ପାଳନ କରାଯାଇଥାଏ । ଭଗବାନ ଧନ୍ୱନ୍ତରୀ ଏହିଦିନ ଅମୃତ କଳସ ଧରି ପ୍ରକଟ ହୋଇଥିବାରୁ ଏହିଦିନ ଲୋକମାନେ ବାସନକୁସନ କିଣିଥାନ୍ତି ଓ ଘରେ ପୂଜାର୍ଚ୍ଚନା କରିଥାନ୍ତି । ଏହିଦିନ ତମ୍ବା ବାସନ କିଣିବା ବେଶୀ ଶୁଭ ହୋଇଥାଏ । କାରଣ ଏହା ଧନବୃଦ୍ଧି ଲାଗି ବହୁତ ଶୁଭ ହୋଇଥାଏ ।ଚଳିତ ବର୍ଷ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥି ୧୦ ନଭେମ୍ବର ଶୁକ୍ରବାର ପାଳିତ ହେଉଛି ଧନତେରସ । ଏହିଦିନ ସନ୍ଧ୍ୟା ୫ଘ.୪୭ମି.ରୁ ୭ଘ.୪୩ ମି. ପର୍ଯ୍ୟନ୍ତ ପୂଜାର ଶୁଭ ମୁହୂର୍ତ୍ତ ରହିଛି । ଧନତେରସର ତ୍ରୟୋଦଶୀ ତିଥି ୧୦ ନଭେମ୍ବର ଦ୍ୱିପ୍ରହର ୧୨ଘ୩୫ମି.ରୁ ଆରମ୍ଭ ହେଉଛି ଓ ୧୧ ନଭେମ୍ବର ଦ୍ୱିପ୍ରହର ୧ଘ୫୭ମି.ରେ ସମାପ୍ତ ହେଉଛି । ଏହିଦିନ ସନ୍ଧ୍ୟା ୫ଟା ୫ ମିନିଟରୁ କିଣାକିଣି ଆରମ୍ଭ କରିବା ଶୁଭ ଅଟେ ।
Trending
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ
Prev Post
Next Post