କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପାଳନ କରାଯାଇଥାଏ । ଧନତେରସକୁ ଧନତ୍ରୟୋଦଶୀ ବି କୁହନ୍ତି । ଏହିଦିନ ବିଭିନ୍ନ ପ୍ରକାର ସାମଗ୍ରୀ ଯେପରିକି ସୁନା ଗହଣା, ବାସନକୁସନ କିଣିବା ବହୁତ ଶୁଭ ମନେ କରାଯାଏ । ଏହି କ୍ରମରେ ଆସନ୍ତୁ ଜାଣିବା ଏଥର ଧନତେରସ କେବେ ପାଳନ କରିବେ ଓ ଏହିଦିନ ବାସନକୁସନ କିମ୍ବା ଗହଣା କିଣିବା କାହିଁକି ଶୁଭ ହୋଇଥାଏ ।ପୌରାଣିକ ମାନ୍ୟତା ଅନୁସାରେ ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା ସେତେବେଳେ ଏହା ମଧ୍ୟରୁ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ଧରି ପ୍ରକଟ ହୋଇଥିଲେ । ଭଗବାନ ଧନ୍ୱନ୍ତରୀଙ୍କୁ ବିଷ୍ଣୁ ଭଗବାନଙ୍କ ଅବତାର କୁହାଯାଏ । ଏହି କାରଣରୁ ଧନତେରସ ପର୍ବ ପାଳନ କରାଯାଇଥାଏ । ଭଗବାନ ଧନ୍ୱନ୍ତରୀ ଏହିଦିନ ଅମୃତ କଳସ ଧରି ପ୍ରକଟ ହୋଇଥିବାରୁ ଏହିଦିନ ଲୋକମାନେ ବାସନକୁସନ କିଣିଥାନ୍ତି ଓ ଘରେ ପୂଜାର୍ଚ୍ଚନା କରିଥାନ୍ତି । ଏହିଦିନ ତମ୍ବା ବାସନ କିଣିବା ବେଶୀ ଶୁଭ ହୋଇଥାଏ । କାରଣ ଏହା ଧନବୃଦ୍ଧି ଲାଗି ବହୁତ ଶୁଭ ହୋଇଥାଏ ।ଚଳିତ ବର୍ଷ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥି ୧୦ ନଭେମ୍ବର ଶୁକ୍ରବାର ପାଳିତ ହେଉଛି ଧନତେରସ । ଏହିଦିନ ସନ୍ଧ୍ୟା ୫ଘ.୪୭ମି.ରୁ ୭ଘ.୪୩ ମି. ପର୍ଯ୍ୟନ୍ତ ପୂଜାର ଶୁଭ ମୁହୂର୍ତ୍ତ ରହିଛି । ଧନତେରସର ତ୍ରୟୋଦଶୀ ତିଥି ୧୦ ନଭେମ୍ବର ଦ୍ୱିପ୍ରହର ୧୨ଘ୩୫ମି.ରୁ ଆରମ୍ଭ ହେଉଛି ଓ ୧୧ ନଭେମ୍ବର ଦ୍ୱିପ୍ରହର ୧ଘ୫୭ମି.ରେ ସମାପ୍ତ ହେଉଛି । ଏହିଦିନ ସନ୍ଧ୍ୟା ୫ଟା ୫ ମିନିଟରୁ କିଣାକିଣି ଆରମ୍ଭ କରିବା ଶୁଭ ଅଟେ ।
Trending
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି
Prev Post
Next Post