ଫଳ ଚୋପାରୁ ହିଁ ମିଳିଥାଏ ଫାଇବର

ଏହି ଫଳକୁ ଚୋପା ସହ ଖାଇଲେ ମିଳେ ଅନେକ ଲାଭ

ଫଳ ସେବନ କରିବା ନିତାନ୍ତ ଆବଶ୍ୟକ। ଫଳରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟର ଅନେକ ଉପକାର କରିଥାଏ। ଫଳରେ ଅଧିକ ମାତ୍ରାରେ ଫାଇବର ରହିଛି, ଯାହା ଫଳ ଚୋପାରୁ ହିଁ ମିଳିଥାଏ। ମାତ୍ର ଅନେକଙ୍କୁ ଫଳର ଚୋପା କାଢି ଏହାକୁ ଖାଇବାର ଅଭ୍ୟାସ ରହିଛି। ଏପରି କି ସେଓର ଚୋପା କାଢି ମଧ୍ୟ ଅନେକ ଖାଇ ଥାଆନ୍ତି। ଜାଣନ୍ତୁ ଏଭଳି କେତେକ ଫଳ ବିଷୟରେ ଯାହାକୁ ଚୋପା ସହ ଖାଇବା ଉଚିତ।
ସେଓର ଚୋପା କାଢି କଦାପି ଖାଆନ୍ତୁ ନାହିଁ। ସେଓକୁ ଏହାର ଚୋପା ସହ ଖାଇବା ଦ୍ୱାରା ୩୩୨ ପ୍ରତିଶତ ଅଧିକ ଭିଟାମିନ କେ,୧୪୨ ପ୍ରତିଶତ ଅଧିକ ଭିଟାମିନ୍‌‌ ଏ ଓ ୧୧୫ ପ୍ରତିଶତ ଅଧିକ ଭିଟାମିନ ସି ଓ ୨୦ ପ୍ରତିଶତରୁ ଅଧିକ କ୍ୟାଲସିୟମ ମିଳିଥାଏ।