ଆଜି ବଲିଉଡ୍ ଶାହାରୁଖ ଖାନ ୫୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଦିନରେ ସେ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରାଇଜ୍ ଦେଇଛନ୍ତି। ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ଶେଷରେ ଶାହାରୁଖଙ୍କ ଜନ୍ମଦିନରେ ‘ଜୱାନ’ ଓଟିଟିରେ ମୁକ୍ତିଲାଭ କରିଛି।ଶାହାରୁଖ ଖାନଙ୍କ ‘ଜୱାନ’ର ଯାଦୁ ଦର୍ଶକଙ୍କୁ ପ୍ରଭାବିତ କରିଛି। ଏହି ଫିଲ୍ମ ଦେଶ ତଥା ବିଦେଶରେ ବିରାଟ ତରଙ୍ଗ ସୃଷ୍ଟି କରିଛି। ‘ଜୱାନ’ ୬୪୦ କୋଟିରୁ ଅଧିକ ରୋଜଗାର କରି ଭାରତରେ ଇତିହାସ ସୃଷ୍ଟି କରିଥିବାବେଳେ ଏହି ଫିଲ୍ମ ସାରା ବିଶ୍ୱରେ ୧୧୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି। ଶାହାରୁଖ ଖାନଙ୍କ ଜନ୍ମଦିନର ବିଶେଷ ଉତ୍ସବରେ ପ୍ରଶଂସକମାନଙ୍କୁ ଉପହାର ଦେଇ ‘ଜୱାନ’ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା। ଏହାର ଅର୍ଥ ହେଉଛି, ବର୍ତ୍ତମାନ ବର୍ଷର ସବୁଠାରୁ ବଡ ଚଳଚ୍ଚିତ୍ର ‘ଜୱାନ’ ଘରେ ବସି ଉପଭୋଗ କରିପାରିବେ।
‘ଜୱାନ’ ଅଟଲେଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post