ଭାରତୀୟ ମୁଦ୍ରା ଟଙ୍କା ଆଜି ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ଗୋଟିଏ ଡଲାର କିଣିବା ଲାଗି ୮୩ ଟଙ୍କା ୩୩ ପଇସା ଗଣିବାକୁ ପଡ଼ୁଛି। ଗତ ଏକ ବର୍ଷ ଭିତରେ ଡଲାରର ଏହା ହେଉଛି ସର୍ବୋଚ୍ଚ ଦାମ୍। ଶେଷ ଥର ଲାଗି ଗତବର୍ଷ ଅକ୍ଟୋବରରେ ଡଲାର ଏଭଳି ଶକ୍ତିଶାଳୀ ସ୍ତରରେ ଥିଲା। ବିଦେଶୀ ନିବେଶକମାନେ ଭାରତରୁ ବିପୁଳ ପରିମାଣର ପାଣ୍ଠି ପ୍ରତ୍ୟାହାର କରୁଥିବା ଟଙ୍କା ଦୁର୍ବଳ ହୋଇଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପ୍ରଭାବରେ ଷ୍ଟକ୍ ବଜାର କାରବାର ଅସ୍ଥିର ରହିବା ଏବଂ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମହଙ୍ଗା ହେବା ମଧ୍ୟ ଟଙ୍କାକୁ ଦୁର୍ବଳ କରିବାରେ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ସେୟାରଖାନ୍ର ରିସର୍ଚ୍ଚ ଆନାଲିଷ୍ଟ୍ ଅନୁଜ ଚୌଧୁରୀଙ୍କ ମତରେ ଡଲାର ତୁଳନାରେ ଟଙ୍କା ଆହୁରି ଦୁର୍ବଳ ହୋଇ ୮୩ ଟଙ୍କା ୬୦ ପଇସା ଭଳି ସ୍ତରକୁ ଖସିବ। ଡଲାର ତୁଳନାରେ ଟଙ୍କା ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ବୈଦେଶିକ ମୁଦ୍ରାର ଏକ ବିଶାଳ ଭଣ୍ଡାର ରହିଛି ଯାହା ବିଶ୍ବର ଅନ୍ୟତମ ବୃହତ୍ତମ। ବଜାରରେ ଡଲାର ମହଙ୍ଗା ହେଲେ ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରୁ ବିଦେଶୀ ମୁଦ୍ରା ବାହାର କରି ତାହାକୁ କମ୍ ଦାମ୍ରେ ଉପଲବ୍ଧ କରାଇଥାଏ ଯାହା ଫଳରେ ଡଲାର ମୂଲ୍ୟରେ ସୁଧାର ହୁଏ। ତେଣୁ ଟଙ୍କାକୁ ସବଳ କରିବା ଲାଗି ଆଗାମୀ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ ଆବଶ୍ୟକ ପଡ଼ିବ ବୋଲି କୁହାଯାଇପାରେ।
Trending
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
Prev Post
Next Post